ଶ୍ରୀ ବ୍ୟାସ ସରୋବର ଗୋଶାଳା ରେ ଗୋପାଷ୍ଟମୀ ପାଳିତ

ପଣ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରେରଣା ଓ ସ୍ୱର୍ଗତ ଡୁଙ୍ଗୁରଲାଲ୍ ମଟାଣିଆଙ୍କ ପ୍ରତ୍ୟକ୍ଷ ସହଯୋଗରେ ୧୯୧୯ ମସିହାରେ ପ୍ରତିଷ୍ଠିତ ଯାଜପୁର ଜିଲ୍ଲାର ସର୍ବ ପୁରାତନ ଓ ଏକମାତ୍ର ଗୋଶାଳା ଭାବେ ସାରା ରାଜ୍ୟରେ ପରିଚିତ ଶ୍ରୀ ବ୍ୟାସ ସରୋବର ଗୋଶାଳା ପରିସରରେ ଆଜି ୧୦୪ତମ ଗୋପାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ସକାଳୁ ଗୋଶାଳା କମିଟି ପକ୍ଷରୁ ଗୋପୂଜନ କରାଯାଇଥିଲା l ଏଠାରେ ରହୁଥିବା ୪ଶହରୁ ଉର୍ଦ୍ଧ୍ବ ଗୋମାତାଙ୍କୁ ଫୁଲ ଚନ୍ଦନ ଦେଇ ବିଶେଷ ଭାବେ ପୂଜାର୍ଚ୍ଚନା ପରେ ଗୁଡ଼, ଗୋଖାଦ୍ୟ, ଘାସ ପରିବେଷଣ କରାଯାଇ ଥିଲା l ସଭାପତି ରିଶି ଅଗ୍ରୱାଲ ସମ୍ପାଦକ ରଜତ କୁମାର ରାଉତ କୋଷାଧ୍ୟକ୍ଷ ଦିନେଶ କୁମାର ମସ୍କରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଓ ଅଞ୍ଚଳର ବହୁ ବୁଦ୍ଧିଜୀବୀ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଗୋପୁଜନ କରିଥିଲେ l ଗୋଟିଏ ଜାଗାରେ ଏତେ ସଂଖ୍ୟାରେ ରହୁଥିବା ଗୋମାତାଙ୍କୁ ଦେଖି ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ l ୧୦୪ ବର୍ଷ ରେ ପଦାର୍ପଣ କରି ଥିବା ଏହି ଗୋଶାଳା ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବୟସ୍କ ଗୋରୁ ଗାଇ ମାନଙ୍କୁ ରଖାଯାଇ ସେବା କରାଯାଉଛି l ହିନ୍ଦୁ ଧର୍ମର ଗୋମାତାଙ୍କ ଦେହରେ ସର୍ବ ଦେବା ଦେବୀ ରହିଥିବା ବିଶ୍ୱାସ କରାଯାଏ l ଏଠାରେ ରହୁଥିବା ଶହଶହ ଗୋମାତାଙ୍କୁ ଗୋଶାଳା ତରଫରୁ ସେବା ଓ ସୁରକ୍ଷା ଯୋଗାଇ ଦିଆଯାଉଛି l
ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ ରିପୋର୍ଟ ତୀର୍ଥକ୍ଷେତ୍ର