କୂଅରେ ପଡି ୫ ବର୍ଷର ଶିଶୁର ମୃତ୍ୟୁ

ଖେଳୁଥିବାବେଳେ କୁଆରେ ପଡି ଶିଶୁର ମୃତ୍ୟୁ। ମୃତକହେଲା କଙ୍କଡାହାଡ ଥାନା ବଳଦିଆପାଳ ଗ୍ରାମର ବିଶିକେତନ ମହାନ୍ତଙ୍କ ୫ ବର୍ଷର ପୁଅ ବାପୁନି ମହାନ୍ତ। ସୂଚନା ମୁତାବକ ଆଜି ଅପରାହ୍ନ ସମୟରେ ବାପୁନୀ ଘରନିକଟରେ ଏକାକି ଖେଳୁଥିଲା। ଖେଳିବା ବେଳେ ଅସାବଧାନତା ଯୋଗୁ ନିକଟରେ ଥିବା କୂଅରେ ଖସିପିଡିଥିଲେ। ଦିର୍ଘସମୟଧରି ବାପୁନି ଘରକୁ ନ ଫେରିବାରୁ ପରିବାର ଲୋକେ ଏଣେ ତେଣେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ସନ୍ଦେହରେ କୂଅରେ ଦେଖିଲାବେଳକୁ ବାପୁନି କୂଅରେ ପଡିଥିବାର ଦେଖିବାକୁ ପାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତିକରିଥିଲେ। ସେଠାରେ ଡାକ୍ତର ବାପୁନିକୁ ମୃତ ଘୋଷଣା କରିଛନ୍ତି। ଏନେ ମେଡିକାଲ ଓ ଗ୍ରାମରେ ସୋକାକୁଳ ପରିସ୍ଥିତି ସୃଷ୍ଟିହୋଇଛି।

Prakash Kumar Patra reporter

Leave a Reply

Your email address will not be published. Required fields are marked *