ଧ୍ୟାନକୁଦ ପୀଠରେ ପବିତ୍ର ଅଁଳା ନବମୀ ପାଳିତ

ରାଧା ପାଦ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଦେବୀ ନଦୀ କୂଳରେ ଅବସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନାବମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶ୍ରଦ୍ଧାଳୁ ମାନେ ଆଜି ପବିତ୍ର ଅଁଳା ନବମୀ ରେ ରାଧା ପାଦ ଦର୍ଶନ କରିଥିବା ରୁ ବେଶ ଖୁସି ଅନୁଭବ କରିଛନ୍ତି । ଆଜି କାର୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ପବିତ୍ର ଅଁଳା ନବମୀ । ଶ୍ରୀ ରାଧା ପାଦ ଦର୍ଶନ । ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଦେବୀ ନଦୀ କୂଳରେ ଅବସ୍ଥିତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନାବମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଆଜି ପବିତ୍ର ଅଁଳା ନବମୀ ରେ ଭକ୍ତ ମାନେ ରାଧା ପାଦ ଦର୍ଶନ କରିଥିବା ରୁ ବେଶ ଖୁସି ଅନୁଭବ କରିଛନ୍ତି। ଆଜି ରାଧା ପାଦ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ମାନେ ଏହି ଧ୍ୟାନକୁଦ ପୀଠ କୁ ଆସି ଥାନ୍ତି । ଆଜି ଗୋଟିଏ ଦିନ ଶ୍ରୀ ରାଧା ଓଡ଼ିଆଣି ବେଶରେ ଦର୍ଶନ ହେଇ ଥାନ୍ତି । ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଏହି ପୀଠରେ ଏକ ମାସ ଧରି ହାବିଷ୍ୟାଳି ରହି ରାଇ ଦାମୋଦର ପୂଜା କରିଥାନ୍ତି ।ପଞ୍ଚସଖା ମାନେ ଏହି ସ୍ଥାନରେ ଧ୍ୟାନ କରିଥିବା କିମ୍ବଦନ୍ତୀ ରହିଛି । ତେବେ ଏହି ପୀଠ ଧ୍ୟାନକୁଦ ନାମରେ ପରିଚିତ । ଏହି ମନ୍ଦିର ଜଗନ୍ନାଥ ସଂସ୍କୃତି ସହିତ ଜଡିତ । ଏଠାରେ ମଧ୍ୟ 12 ମାସରେ 13 ପର୍ବ ପାଳନ କରାଯାଏ । ଆଜି ପବିତ୍ର ଅଁଳା ନାବମୀ ମହା ଆଡମ୍ବରରେ ପାଳନ କରାଯାଇ ଥିବା ବେଳେ ବହୁ ଭକ୍ତ, ସାଧୁ ସନ୍ଥମାନେ ମଧ୍ୟ ଯୋଗ ଦେଇ ଥାନ୍ତି ।ଏହା ସହିତ ମଠାଧିଶ ବାବା ଙ୍କ ଆଜି ଜନ୍ମ ଦିବସ ପାଳନ କରାଯାଇଛି । ଏହି ଦିନ ଏଠାରେ ଯାହା ମାନସିକ କଲେ ସବୁ ପୂରଣ ହେବାର ବିଶ୍ୱାସ ଥିବାରୁ ଏଠାରେ ଶ୍ରଦ୍ଧାଲୁ ମାନଙ୍କର ବେଶ ଭିଡ଼ ଜମିଥାଏ ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *