ଛାତ୍ର ଙ୍କୁ ଦଣ୍ଡ ଦେବା ହେଲା କାଳ

ଧର୍ମଶାଳା,୨୨/୧୧, ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଧିନରେ ଥିବା ବାହାଦଲା ପୁର ଗ୍ରାମ ପଞ୍ଚାୟତ ଓରାଳି ଗ୍ରାମରେ ଥିବା ସୂର୍ଯ୍ୟନାରାୟଣ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ | ସୂଚନା ଅନୁସାରେ ଓରାଳୀ ଗ୍ରାମର ନିତ୍ୟାନନ୍ଦ ସେଠୀ ଙ୍କ ଏକ ମାତ୍ର ପୁତ୍ର ରୁଦ୍ରପ୍ରସାଦ ସେଠୀ ବୟସ ୧୧ ଉକ୍ତ ବିଦ୍ୟାଳୟ ର ଚତୁର୍ଥ ଶ୍ରେଣୀ ରେ ପାଠ ପଢନ୍ତି, ସବୁଦିନ ପରି ଆଜି ମଧ୍ୟ ଖୁବ୍ ଆନନ୍ଦ ଉଲ୍ଲାସ ସହ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଚାଲି ଯାଇଥିଲେ ରୁଦ୍ର, କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା, ପିଲାଟିର କିଛି ଭୁଲ୍ ପାଇଁ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷୟତ୍ରୀ ଯୋତ୍ରିମୟୀ ପଣ୍ଡା ରୁଦ୍ର ଙ୍କୁ କୋଡିଏ ଥର ଉଠବସ୍ ହେବା ପାଇଁ କହିଥିଲେ କିନ୍ତୁ ଛାତ୍ର ରୁଦ୍ର ଗୁରୁ ଙ୍କ ଆଦେଶ କୁ ପାଳନ କରିବାକୁ ଯାଇ ମାତ୍ର ତିନି ଥର ଉଠବସ୍ ହେଉଥିବା ଅବସ୍ଥାରେ ଟଳି ପଡ଼ିଥିଲେ ବିଦ୍ୟାଳୟ ଗୃହରେ, ଘର ଲୋକେ ଖବର ପାଇ ସଙ୍ଗେ ସଙ୍ଗେ ପ୍ରଥମେ ମଧୁବନ ଓ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରିଥିଲେ ହେଁ ଡାକ୍ତର ରୁଦ୍ର ଙ୍କୁ ମୃତ ଘୋଷଣା କରିଥିଲେ, କିନ୍ତୁ ଏଠି ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷ୍ୟାଦାନ ନିମନ୍ତେ ଖାଦ୍ୟ ବସ୍ତ୍ର ଠାରୁ ଆରମ୍ଭ କରି ବିଦ୍ୟାଳୟ କୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି, ଏଠି ପ୍ରଶ୍ନ ଉଠେ ସରକାରୀ ନିୟମ ବାହାରେ କି ଉକ୍ତ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଯୋତ୍ରିମୟୀ ପଣ୍ଡା, ତେବେ କାହିଁକି ଦଣ୍ଡମୁକ୍ତ ଅଞ୍ଚଳ ରେ ଛାତ୍ରଛାତ୍ରୀ ମାନଙ୍କୁ ଦଣ୍ଡ ତଥା ଉଠବସ୍ କରୁଥିଲେ, କାହିଁକି ସରକାର ଙ୍କ ନିୟମ ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ ଆଦରର ସହକାରେ ପାଠ ପଢ଼ାଉ ନଥିଲେ , ତେବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ପଣ୍ଡା କ’ଣ କରୁଥିଲେ, କାହିଁକି ଏଭଳୀ ଦୁଃଖଦ ଘଟଣା ଘଟିଲା ବିଦ୍ୟାଳୟ ଗୃହରେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ କିଏ ଦାଇ ରହିବେ ଏମିତି ଅନେକ ପ୍ରଶ୍ନ !ତେବେ ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣ ରେ ଦାବୀ ହୋଇଛି |

ଈଶ୍ୱର ଚନ୍ଦ୍ର ବାରିକ reporter

Leave a Reply

Your email address will not be published. Required fields are marked *