ବିଜେପିର ଜନ ଆକ୍ରୋଶ ବିକ୍ଷୋଭ ସମାବେଶ

ଡେଲାଙ୍ଗ, ରାଜ୍ୟରେ ଦୁର୍ନୀତି, ବ୍ୟଭିଚାର ଓ ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଚାଲିଥିବାରୁ ଡେଲାଙ୍ଗରେ ଭାରତୀୟ ଜନତା ପାର୍ଟିର ଶହ ଶହ କାର୍ଯ୍ୟକର୍ତ୍ତା ଓ ନେତା ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜିଛନ୍ତି। ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଜେପିବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ଶହଶହ କାର୍ଯ୍ୟକର୍ତ୍ତା ଡେଲାଙ୍ଗ ହାଟ ବଜାର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରୁ ନାରାବାଜି ସହିତ ବଜାର ପରିକ୍ରମା କରି ଶୋଭାଯାତ୍ରାରେ ବ୍ଳକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ସେଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେପି ନେତା ମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଶେଦଗାର କରି କହିଥିଲେ | ପରେ ରାଜ୍ୟ ସରକାରଙ୍କ ଦୁର୍ନିତି- ଭ୍ରଷ୍ଟାଚାର ଓ ମହିଳା ବିରୋଧୀ ହିଂସାର ପ୍ରତିବାଦ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଡିଓ କ୍ଷିତିଶ ବେହେରାଙ୍କ ଜରିଆରେ ପ୍ରଦାନ କରିଛି ।ଉକ୍ତ କାର୍ଯ୍ୟକ୍ରମରେପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ଧାମନଗର ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୁରୁଜ ସମେତ ବିଜେପି ସରପଞ୍ଚ /ସମିତି ସଭ୍ୟ,ବିଭିନ୍ନ ମଣ୍ଡଳ ର ବିଜେପି ସଭାପତି, ମହିଳା ମୋର୍ଚ୍ଚା ସଭାପତି ଓ ବିଭିନ୍ନ ମୋର୍ଚ୍ଚା ସଭାପତି, ଶତାଧିକ ଦଳୀୟ ମହିଳା ପୁରୁଷ କର୍ମୀ, ସମର୍ଥକ ଓ ଶୁଭେଛୁ ସାମିଲ ହୋଇଥିଲେ | ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡେଲାଙ୍ଗ ଥାନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା |