ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ରାୟଗଡା ତା ୨୩-୧୧-୨୩ଶ୍ରୀ ସତ୍ୟସାଇ ବାବା ଙ୍କ ୯୮ ଜନ୍ମ ଦିବସ ଉପଲକ୍ଷେ ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଓ ସତ୍ୟସାଇ ସେବା ସମିତି, କୋଲନରା ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଓ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତରଫରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଜେକେ କାଗଜ କଳ ର ମୁଖ୍ୟ ଚିକିତ୍ସକ ଡ କେ ଭି ଆର୍ ରାଓ ଯୋଗ ଦେଇ ଆଖାପାଖ ର ୧୪ ଟି ଗ୍ରାମର ରୋଗୀ ମାନଙ୍କୁ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା। ଫାର୍ମାସୀଷ୍ଟ ଦୀପକ ଜେନା, ଗୌରୀ ଶଙ୍କର ତ୍ରିପାଠୀ, ସି ଏସ୍ ଆର ବିଭାଗର ହରିହର ଖମାରି ଓ ଅନିଶା ଅରୁନ୍ଧତୀ, ସେବା ସମିତି ର ଶିବ ପ୍ରସାଦ ବିରଜା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ସର୍ବମୋଟ ୨୧୦ ଜଣ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ହୋଇ ଥିବା ବେଳେ ୩୨ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।