କଟକ ବାଲିଯାତ୍ରା ପ୍ରଜ୍ଞାପନ ମେଢର ପ୍ରଦର୍ଶନ

।ପୁରୀ ୨୪/୧୧ କଟକର ଐତିହାସିକ ବାଲିଯାତ୍ରା ପ୍ରତି ବର୍ଷ ରାସ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ।ବାଲିଯାତ୍ରା ଆମ ଓଡ଼ିଆ ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଅସ୍ମିତାର ପ୍ରତୀକ।ସାଧବ ପୁଅ ବାଣିଜ୍ୟ କରି ସୁନାମ ରଟିଥିଲେ।ସେହି ମହାନ ନୌବାଣିଜ୍ୟ ପରମ୍ପରା ର ସ୍ମୃତି ବହନ କରେ କଟକର ବାଲିଯାତ୍ରା।ଏହାକୁ ଅଧିକ ଲୋକ ପ୍ରିୟ ଓ ଲୋକାଭିମୁଖୀ କରିବା ଲକ୍ଷ୍ୟ ରେ ଚଳିତ ବର୍ଷ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏକ ଅଭିନବ ପଦକ୍ଷେପ ନେଇଛନ୍ତି।ଏକ ସୁଦୃଶ୍ୟ ପ୍ରଜ୍ଞାପନ ମେଢ ସହ ବିବିଧ ସାଂସ୍କୃତିକ ଦଳ କୁ ସନ୍ନିବେଶିତ କରାଯାଇ ବିଭିନ୍ନ ଜିଲ୍ଲା କୁ ପ୍ରଦର୍ଶନ ପାଇଁ ପଠା ଯାଇଛି।ଆଜି ଅପରାହ୍ନ ରେ ଶରଧାବାଲି ଠାରେ ଏହି ପ୍ରଜ୍ଞାପନ ମେଢକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ସ୍ୱାଗତ କରିଥିଲେ।ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ହୁଳହୁଳି ଧ୍ୱନି ଦେଇ, ପୁଷ୍ପ ଛିଞ୍ଚି ଓ ପ୍ରଦୀପ ପ୍ରଜ୍ୱଳନ କରି ସାଧବ ପୁଅ ମାନଙ୍କୁ ସ୍ୱାଗତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସାଧାରଣ ଲୋକ ମାନେ ମଧ୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ପୌର ନିର୍ଵାହୀ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ।ପରେ ଏହି ପ୍ରଜ୍ଞାପନ ମେଢ଼ କୋଣାର୍କ ଓ ନିମାପଡା ଠାରେ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲା।ପୂର୍ବରୁ ପିପିଲି ଓ ସତ୍ୟବାଦୀ ଠାରେ ଏହା ପ୍ରଦର୍ଶିତ ହୋଇଥିଲା।

Leave a Reply

Your email address will not be published. Required fields are marked *