ଗାଦିବ୍ରହ୍ମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

ସଦର ବ୍ଲକ କାଦୁଅପଡା ସ୍ଥିତ ଗାଦିବ୍ରହ୍ମ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆମ ଓଡ଼ିଶା ନବୀନ ଓଡିଶା ବିଭାଗ ପକ୍ଷରୁ ଆୟୋଜିତ ଇଣ୍ଟିଗ୍ରେଟେଡ଼ ୟୁଥ ଡେଭେଲପମେଣ୍ଟ ପ୍ରୋଗ୍ରାମରେ ଅତିଥି ଭାବରେ ଜିଲ୍ଲା ପରିଷଦର ସଭ୍ୟ ବିବେକାନନ୍ଦ ବେହେରା, ସାମ୍ବାଦିକ ମନୋଜ କୁମାର ଦାଶ,ସ୍ଥାନୀୟ ସରପଞ୍ଚ ପ୍ରମୋଦ ସାହୁ,କାର୍ଯ୍ୟକ୍ରମର କୋ ଆର୍ଡିନେଟର କ୍ଷୀରୋଦ କୁମାର ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ନେତୃତ୍ୱ ନେବାର କୌଶଳ ବାବଦରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ସ୍ୱାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ ।
ଜଗତସିଂହପୁର ରୁ Ritaସାହୁ reporter