ଲକ୍ଷ୍ମୀପତ ସିଙ୍ଘାଣିଆ ସ୍କୁଲର ୫୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାୟଗଡ଼ା ତା ୨୪-୧୧-୨୩ ଜେକେ କାଗଜ କଳ ପରିସରରେ ଅବସ୍ଥିତ ଲକ୍ଷ୍ମୀପତ ସିଂଘାଣି ଆ ସ୍କୁଲର ୫୮ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ବର ପ୍ରଧାନ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ସ୍କୁଲର ସଂଯୋଜଗ ତଥା ଜେକେ କାଗଜ କଳର ବରିଷ୍ଠ ପ୍ରବନ୍ଧକ ଶ୍ରୀ ସୁନ୍ଦିପ ପାଣ୍ଡେ ଯୋଗ ଦେଇଥିବା ବେଳେ +୨ବିଭାଗ ଭାର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ବଦ୍ରି ନାଥମହାପାତ୍ର ଓ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅରୁଣ କୁମାର କର ମଞ୍ଚାସିନ ଥିଲେ ।

+୨ବାଣିଜ୍ୟ ବିଭାଗ ଛାତ୍ର ପୁଷ୍କର କୁମାର ବାଗାଡିଆ କାର୍ଯ୍ୟ କ୍ରମର ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ରାଶି ପ୍ରଦାନ କରିଥିଲେ । ଶ୍ରୀ ପ୍ରଧାନ ସ୍ବରଚିତ କବିତା ପଢି ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ପୂରାତନ ଛାତ୍ର ଶ୍ରୀ ଗୌରୀ ଶଙ୍କର ପଟ୍ଟନାୟକ ଓ ଦୁର୍ଗା ପ୍ରସାଦ ନାଇଡୁ , ପ୍ରଦୀପ କୁମାର ନାୟକ ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵାଦଶ ଶ୍ରେଣୀ ଛାତ୍ରୀ କେ ଶ୍ରୀନିଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା reporter