ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଜାତୀୟ କବି ବୀରକିଶୋର ଦାସ ଙ୍କ ଜୟନ୍ତୀ

ଜଗତସିଂହପୁର ଜିଲ୍ଲା ସଦର ବ୍ଳକ ପୁନଙ୍ଗ ଚାରିପୋଲିଆ ସ୍ଥିତ ଜାତୀୟ କବି ବୀରକିଶୋର ସ୍ମୃତି ଉଦ୍ୟାନ ପରିସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଡ଼ ଶଶାଙ୍କ ଚୁଡାମଣି, ସୁସାହିତ୍ୟିକ ଡ଼ ରମେଶ ଚନ୍ଦ୍ର ମଲ୍ଲିକ, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ପୂର୍ବତନ ସଦସ୍ୟ ଉମାକାନ୍ତ ନାୟକ, ସ୍ଥାନୀୟ ସରପଂଚ ଶକୁନ୍ତଳା ପାତ୍ର ଓ ସମିତି ସଭ୍ୟ ଦୁର୍ଗା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତି ଚାରଣ କରିଥିଲେ । ବୀରକିଶୋର ଙ୍କ ଅନ୍ୟାନ୍ୟ କବିତା ସଂକଳନ ମଧ୍ୟରେ ମୋହନ ବେଣୁ, ଫୁଲ ଚନ୍ଦନ, ସ୍ମୃତି କଣିକା, ଶାନ୍ତିଦୂତ, ସାତଦିପ, ଭକ୍ତି ଗୀତିକା ଆଦି ସାରସ୍ୱତ ମୂଲ୍ୟବୋଧ ର ସ୍ବାକ୍ଷର ବହନ କରିଥିଲେ । ତେଣୁ ତାଙ୍କର ଏହି ଜୟନ୍ତୀ ପାଳନ ଅବସରରେ ଅତିଥି ମାନଙ୍କ ସହ ସରକାରୀ ପଦାଧିକାରୀ, ଗ୍ରାମବସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଜାତୀୟ କବି ବୀରକିଶୋର ଦାସଙ୍କ ସ୍ମୃତି ଚାରଣ କରିବା ସହିତ ଏହା କିପରି ଆଗାମୀ ଦିନରେ ରାଜ୍ୟ ସ୍ତରରେ ପାଳନ କରାଯାଇ ପାରିବ ସେ ବାବଦରେ ଉଦ୍ୟମ ଜାରି ରହିବ ବୋଲି ସ୍ମୃତି କମିଟି ପକ୍ଷରୁ କୁହାଯାଇଛି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *