କାର୍ତ୍ତିକ ମାସ ଶେଷ ଶନିବାରରେ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ

କାର୍ତ୍ତିକ ମାସ ଶେଷ ଶନିବାରରେ ନବଗ୍ରହ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ। କୋଣାର୍କ – ୨୫/୧୧- ପବିତ୍ର କାର୍ତ୍ତିକ ମାସର ଶ ଶେଷ ଶନିବାର ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ନବଗ୍ରହ ପୀଠରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ମାନେ ଆସି ନିଜ ନିଜର ପରିବାର ଇଷ୍ଟ ଖଣ୍ଡନ କରିବାକୁ ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିବା ସହିତ ହୋମଯଜ୍ଞ ଆଦି କରୁଥିବା ଦେଖିବାକୁ ମିଳିଥିଲା। ଠାକୁରଙ୍କ ଉପରେ ବିଶ୍ୱାସ ରଖି ନିଜର ସନ୍ତାନ ମାନଙ୍କର ମାନସିକ ଓ ଶାରୀରିକ ସମସ୍ୟାର ସମାଧାନ ପାଇଁ ଏଠାରେ ବିଶ୍ୱାସ ରଖି ବାଲିରେ ୯ଶନିବାର ବାଲି ଖୋଳି ପୋତିବା ଦ୍ୱାରା ପିଲାର ଶରୀର ଆରୋଗ୍ୟ ହୋଇଥାଏ ବୋଲି ବିଶ୍ୱାସ କରି ନିଜ ପିତା ମାତା ମାନେ ପିଲାଙ୍କ ପାଇଁ ମାନସିକ ରଖିଥିଲେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଥିଲା।
ରିପୋର୍ଟ ଜ୍ଞାନ ରଞ୍ଜନ ବିଶ୍ଵାଳ