ନିମାପଡା ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ କୃତ୍ରିମ ଜଳାଶୟ ହେଲା ମୁଖ୍ୟ ଆକର୍ଷଣ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନିମାପଡ଼ାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗମ’ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଗମ ଅନୁଷ୍ଠାନ ତରଫରୁ ସ୍ଥାନୀୟ ଦୁର୍ଗାମଣ୍ଡପ ଠାରେ ଏକ ଅସ୍ଥାୟୀ ଜଳାଶୟ ନିର୍ମାଣ କରା ଯାଇଥିଲା। ଭୋର ୪ଟାରେ ବୋଇତ ବନ୍ଦାଣ ପୂଜାର୍ଚ୍ଚନା ସରିବା ପରେ ଶତାଧିକ ମହିଳା,ଶିଶୁ ଏହି ଜଳାଶୟରେ ଡ଼ଙ୍ଗା ଭସାଇଥିଲେ। ଏଥିସହିତ ନିଗମ କଳା ସଂସଦ, ନିମାପଡ଼ା ଏବଂ ଭଜନ ଭକ୍ତି ଅର୍ଘ୍ୟ ଗ୍ରୁପ, ଯାଜପୁରର କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ, ଭଜନ ସମାରୋହ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହାପରେ ଅନୁଷ୍ଠାନର ଦ୍ଵିତୀୟ ଅଧିବେଶନ ସକାଳ ୧୦ଟାରେ ଆରମ୍ଭ ହୋଇଥିଲା। କବିତା ପାଠ, ସାହିତ୍ୟ ସଭା ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ତୃତୀୟ ଅଧିବେଶନ ଝୋଟି ମୁରୁଜ ପ୍ରତିଯୋଗିତାରୁ ଆରମ୍ଭ ହୋଇଥିଲା। ଏଥିସହିତ ଶଙ୍ଖବାଦନ, ହୁଳହୁଳି ପ୍ରତିଯୋଗିତା ସହ ମୁଖ୍ୟ ଆକର୍ଷଣ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ପଶୁମୁଖା ନୃତ୍ୟ। ବିଶ୍ୱ ଜନନୀ ଆନିମଲମାସ୍କ ଡ୍ୟାନ୍ସ ଗ୍ରୁପ, ଗଞ୍ଜାମର କଳାକାର ମାନଙ୍କ ଦ୍ୱାରା ପରିବେଷିତ ଏହି ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା।
‘ନିମାପଡ଼ାରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ