ଡେଲାଙ୍ଗରେ ଆରମ୍ଭ ହେଲା ଆମ ବ୍ୟାଙ୍କ ସେବା

ସାରା ଓଡ଼ିଶାରେ ଆଜିଠାରୁ ଆରମ୍ଭ ହେଲା ଆମ ବ୍ୟାଙ୍କ ସେବା ସରକାର ପ୍ରତି ପଞ୍ଚାୟତ ରେ ବ୍ୟାଙ୍କିଙ୍ଗ ସେବା ପାଇଁ ଏକ ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଗ୍ରାମାଞ୍ଚଳ ର ବୃଦ୍ଧ, ବିକଳାଙ୍ଗ, ଗର୍ଭବତୀ ମହିଳା ଏବଂ ଏସ ଏଚ ଜି ଗୃପ ର ମହିଳା ମାନେ ବ୍ୟାଙ୍କ ସେବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୋଇଆସୁଥିଲେ। ଆମ ବ୍ୟାଙ୍କ ଦ୍ବାରା ଲୋକ ମାନେ ୧୫ ଗୋଟି ବ୍ୟାଙ୍କିଙ୍ଗ ସେବା ପାଇବାକୁ ଉପଲବ୍ଧ ଥିବା ବେଳେ ଏବେ ୬ ଗୋଟି ରାଷ୍ଟ୍ରାୟତ ବ୍ୟାଙ୍କସେବା( ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ, ବ୍ଯାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନେସନାଲ ବ୍ୟାଙ୍କ, ୟୁକୋ ବ୍ଯାଙ୍କ,ୟୁନିୟନ ବ୍ଯାଙ୍କ ଓ ବ୍ଯାଙ୍କ ଅଫ ବରୋଦା) ଯୋଗାଇ ଦେବାକୁ ଆଗେଇ ଆସିଥିବା ଜଣାପଡିଛି। ରାଜ୍ୟ ରେ ୪୩୦୦ ରୁ ଉର୍ଦ୍ଧ୍ବ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ଥିବା ବେଳେ ଆଜି ୭୫୦ ଟି ପଞ୍ଚାୟତ ରେ CSP Plus ଶାଖା ଉଦ୍ଘାଟିତ ହେଉଛି। ଏହାଦ୍ବାରା ବୃଦ୍ଧ, ଗର୍ଭବତୀ ମହିଳା, ଏବଂ ଭିନ୍ନକ୍ଷମ, ଏସ ଏଚ ଜି ଗୃପ ମହିଳା ମାନେ ଏଥିରେ ଉପକୃତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିବା ସହିତ ମୋବ୍ଯାଙ୍କ ସେବାକୁ ଉଦଘାଟନ କରିଥିଲେ। ତେବେ ଡେଲାଙ୍ଗ ବ୍ଲକ୍ ରେ ତିନୋଟି ପଞ୍ଚାୟତ ଆମ ବ୍ୟାଙ୍କ ଉଦଘାଟନ ହୋଇଥିଲା । ସୁଜନପୁର, ଗଡ଼ ମୋଟରୀ ଓ ଜେନାପୁର ପଞ୍ଚାୟତ ପରିସରରେ ଆମ ବ୍ଯାଙ୍କ ସେବାରେ ବ୍ଲକ ଅଧ୍ୟକ୍ଷା – ବାସନ୍ତି ସାହୁ , ବିଡ଼ିଓ କ୍ଷିତିଶ ବେହେରା , ବ୍ଲକ କନିଷ୍ଠ ଯନ୍ତ୍ରୀ ପବିତ୍ର କୁମାର ମଲ୍ଲିକ, ଜିଆରସେ ଜ୍ୟୋତି ରଞ୍ଜନ ରାୟ , ପିଇଓ ଲଷ୍ମୀଧର ଜେନା ,ସୁଜନପୁର ପଞ୍ଚାୟତ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ! ଗଡ଼ ମୋଟରୀ ପଂଚାୟତ ରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ଉତ୍ସବରେ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଏବିଡ଼ିଓ ପ୍ରଦୀପ୍ତ କୁମାର ନାୟକ, ସରପଞ୍ଚ ମାର୍କଣ୍ଡ ମଙ୍ଗରାଜ, ସମିତି ସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ଉପସ୍ଥିତ ଥିଲେ ! ସେହିପରି ଜେନାପୁର ପଂଚାୟତ ରେ ଆମ ବ୍ୟାଙ୍କ ସେବା ଉଦଘାଟନ ଉତ୍ସବରେ ବିଡ଼ିଓ କ୍ଷିତିଶ ବେହେରା, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ସରପଞ୍ଚ ବିଶ୍ୱନାଥ ପଟ୍ଟନାୟକ, ସମିତି ସଭ୍ୟା ସତ୍ୟଭାମା ଜେନା, ସହ ପିଇଓ, ଜିଆରସେ ଉପସ୍ଥିତ ରହିଥିଲେ! ତିନି ପଞ୍ଚାୟତ ର ସମସ୍ତ ଏସ ଏଚ ଜି ଗୃପ ର ମହିଳା ସଦସ୍ୟା,ଜିପିଏଲେଫ କର୍ମକର୍ତ୍ତା ସମେତ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *