ଜମିରେ ଗୋରୁ ଚରାଇଲେ ଚାଷୀ

ଚଳିତବର୍ଷ ନିଅଣ୍ଟିଆ ବର୍ଷାଯୋଗୁଁ ଖୋର୍ଦ୍ଧାଜିଲ୍ଲା ବେଗୁନିଆବ୍ଲକ ଅଂଚଳରେ ଚାଷଜମିସବୁ ଫାଟି ଆଁ କରିଛି। ଏଭଳି ପରିସ୍ଥିତିରେ ବୋତଳମା ପଂଚାୟତ
ଅଂଚଳରେ ଧାନଜମିସବୁ ଫାଟି ଆଁ କରିଥିବା ବ୍ଲକ କୃଷିବିଭାଗ ଓ ସ୍ଥାନୀୟ ଛତ୍ରପଡା ଲୋକେଶ୍ୱର ପ୍ରାଥମିକ କୃଷି ସମବାୟ ସମିତିର ମିଳିତ ସହଯୋଗରେ ତଦନ୍ତ କରାଯାଇଥିଲା। ବୋତଳମା ଗ୍ରାମପଂଚାୟତକୁ ମରୁଡି ଅଂଚଳ ଘୋଷଣା,କୃଷିଋଣ ଛାଡ ଓ ଚାଷଜମିକୁ ଜଳସେଚନ ସୁବିଧାନିମନ୍ତେ ସରକାରଙ୍କ ତରଫରୁ ବୋରିଂ ବ୍ୟବସ୍ଥାଆଦି କରିବା ଦାବିରେ ଗତ ୧୩ତାରିଖଦିନ ବେଗୁନିଆବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଚାଷୀମାନେ ଅଭିଯୋଗ କରିଥିଲେ। ତଦନ୍ତ ହୋଇସାରିଥିବା ତଥା ଜଳିଯାଇଥିବା ଧାନଜମିରେ ଚାଷୀମାନେ ନିଜର ଗୋରୁ ବାଂଧି ଚରାଉଥିବା କହିଛନ୍ତି ବୋତଳମା ମୌଜାର ଚାଷୀ ପବିତ୍ର ସାମନ୍ତରାୟ ।
