ରାଜ୍ୟରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର,ବିରୁଦ୍ଧରେ ବଡ଼ଚଣା ବିଜେପି ପକ୍ଷରୁ ବ୍ଲକ ଘେରାଉ

ରାଜ୍ୟ ସରକାରଙ୍କ ବଡଚଣା ଅଞ୍ଚଳରେ ଦିନକୁ ଦିନ ଭ୍ରଷ୍ଟାଚାର, ଦୁର୍ନୀତି, ଅରାଜକତା ବଢିବାର ଲାଗିଛି, ସାଧାରଣ ନିଷ୍ପେସିତ ଲୋକଙ୍କୁ ଗୋଡ଼ରେ ଦଳିମକଚି ଏକ ପ୍ରକାର ଏକଛତ୍ର ବାଦ ଶାସନ ଚାଲିଛି। ଏନେଇ ବିରୋଧରେ ଆଜି ରଣହୁଙ୍କାର ଦେଖାଇଛି ବଡ଼ଚଣା ବିଜେପି !ବଡ଼ଚଣା ମାଝୀଗୌରୀ ପିଠ ଠାରୁ ପଦଯାତ୍ରାରେ ସାମିଲ ହେଲେ ପାଞ୍ଚ ହଜାର ଉର୍ଦ୍ଧ ମହିଳା ଓ ପୁରୁଷ ! ଦୀର୍ଘ 23 ବର୍ଷ ରୁ ଉର୍ଦ୍ଧ ସମୟ ଧରି ରାଜ୍ୟ ଶାସନ ଭାର ଗ୍ରହଣ କରିଥିବା ବିଜେଡି ସରକାରଙ୍କ ଦୁର୍ନୀତି ଚରମ ସୀମାରେ ପହଂଚିଲାଣି ବୋଲି ବିଜେପି ପକ୍ଷରୁ ଅମର ନାୟକ କହିଥିଲେ l ଲୋଭାନିତ ବିଭିନ୍ନ ଯୋଜନା ପ୍ରଣୟନ କରି କେବଳ ଶସ୍ତା ଲୋକପ୍ରିୟତା ହାସଲ କରୁଥିବାବେଳେ ବାସ୍ତବ କ୍ଷେତ୍ରରେ ଏହାର କୌଣସି ସୁଫଳ ସାଧନା ଲୋକଙ୍କ ପାଖରେ ପହଞ୍ଚୁନାହିଁ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଠିକ ଭାବରେ ପଞ୍ଚାୟତ ସମିତି ମାଧ୍ୟମରେ ବଣ୍ଟନ କରାଯିବାର ଵିଧି ବ୍ୟବସ୍ତା ଥିବାବେଳେ ଯୋଗ୍ୟତାକୁ ବାଦ ଦେଇ ହିତାଧିକାରୀଙ୍କ ଚୟନ ଠାରୁ ଆରମ୍ବ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ଦଳୀୟ ଭିତରେ ଦିଆଯାଉଛି ବୋଲି ଆଜି ବଡ଼ଚଣା ବିଜେପି ବ୍ଲକ ସମ୍ମୁଖରେ ବିକ୍ଷୋପ କରିଥିଲେ l ବଡ଼ଚଣା ବ୍ଲକରେ କିଛି ଅସାମାଜିକ ତତ୍ତ୍ୱ ଓ ଶାସକ ଦଳର ବଡ ପଣ୍ଡା ମାନେ ଚମଚ୍ଗତା କରି ବ୍ୟାପକ ହରିଲୁଟ କରୁଥିବାର ଓ ବିଭିନ୍ନ ସରକାରୀ ଯୋଜନାରେ ଅନେକ ଯୋଗ୍ୟ ହିତାଧିକାରୀ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ l ପଂଚାୟତର ପ୍ରତିନଧି ମାନଙ୍କର କ୍ଷମତା କୁ ବିଭିନ୍ନ ବାଟରେ ଅଙ୍କୁଶ ଦେଇ ପ୍ରଶାସନିକ ଅଧିକାରୀ ଶାସକ କୁଜିନେତା ମାନେ ବିଭିନ ଯୋଜନା କୁ ବାଟବଣା କରୁଛନ୍ତି ବୋଲି ବିଜେପି ପ୍ରବକ୍ତା, ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓ ବିଜେପି ନେତା ଅମର ନାୟକ, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ଓ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଏବଂ ବହୁ ନେତୃ ମଣ୍ଡଳୀ ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ