୮ମ କୋଣାର୍କ ମିନି ସାଇକ୍ଲୋଥନ: ସଚେତନତା ବାର୍ତ୍ତା ନେଇ ଗଡିଲା ସାଇକେଲ

ଓଡ଼ିଶା ପର୍ଯ୍ୟଟନ ବିଭାଗ ସହାୟତାରେ କୋଣାର୍କ ପ୍ରେସକ୍ଳବ ପକ୍ଷରୁ ଆୟୋଜିତ ୮ମ ମିନି ସାଇକ୍ଲୋଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୋଣାର୍କ ଉତ୍ସବ ପୂର୍ବରୁ ଆଦ୍ୟ କାର୍ଯ୍ୟକ୍ରମ ଭାବେ ଏହି ସାଇକ୍ଲୋଥନ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ବାହାରି ରାମଚଣ୍ଡୀ ପୀଠ ଠାରେ ସମାପ୍ତ ହୋଇଥିଲା। ଚଳିତ ବର୍ଷ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ନିମନ୍ତେ ଅଂଶଗ୍ରହଣ କରିଥିବା ଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ଦେଖିବା ମିଳିଥିଲା। କୋଣାର୍କ ଉତ୍ସବକୁ ସରସ ସୁନ୍ଦର କରିବା ସହ ଲୋକଭିମୁଖି କରିବା ଉଦ୍ଦେଶ୍ୟ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥାଏ। ଉତ୍ସବ ଆରମ୍ଭ ପୂର୍ବଦିନ କୋଣାର୍କ ପ୍ରେସ କ୍ଳବ ପକ୍ଷରୁ ଏକ ମିନି ସାଇକ୍ଲୋଥନ ଆୟୋଜନ କରାଯାଏ। ଚଳିତ ବର୍ଷ ୮ମ ସାଇକ୍ଲୋଥନ୍ ଆୟୋଜିତ ହୋଇଯାଇଅଛି। ବିଭିନ୍ନ ସଚେତନତା ବାର୍ତ୍ତାକୁ ନେଇ ଶୋଭାଯାତ୍ରାଟି ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବାହାରି ବେଳାମାର୍ଗ ରାସ୍ତାଦେଇ ରାମଚଣ୍ଡୀ ପୀଠରେ ଉଦଯାପିତ ହୋଇଥିଲା। ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଶରତ ଚନ୍ଦ୍ର ମହାପାତ୍ର ଏ ଡି ଏମ ,ପୁରୀ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସୁବ୍ରତ ଛାଟୋଇ, ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ, କୋଣାର୍କ ଏନ୍ ଏ ସି ଉପାଧକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ନିମାପଡ଼ା ଏସ ଡି ପି ଓ ପ୍ରଭାତ ମଲ୍ଲିକ, ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଉତ୍କଳ ସାମ୍ବାଦିକ ସଂଘର ସମ୍ପାଦକ ବିଶ୍ୱଜିତ୍ ପଟ୍ଟନାୟକ, ସମିତି ସଭ୍ୟ କାଶୀନାଥ ନାୟକ, ସୁବାଷ ପ୍ରଧାନ, କମଳା ପରିଡ଼ା ପ୍ରମୁଖ ଉପସ୍ଥିତଥିଲେ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *