ଚନ୍ଦ୍ରଭାଗା ବେଳାଭୂମି ରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ

ଚନ୍ଦ୍ରଭାଗା ବେଳାଭୂମି ରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ।କୋଣାର୍କ ଉତ୍ସବ ପାଳନ ଅବସରରେ ଚନ୍ଦ୍ରଭାଗା ବେଳାଭୂମି ରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଉଦ୍ଘାଟିତ ହୋଇଛି। ପ୍ରଥମେ ଦିନରେ ଐତିହ୍ୟ ଓ ସଂସ୍କୃତି ଉପରେ ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ଉତ୍ସବରେ 6ଟି ଦେଶର ବିଦେଶୀ ବାଲୁକା ଶିଳ୍ପୀ ଙ୍କ ସମେତ ଓଡିଶା ଓ ଅନ୍ୟ 10ଟି ରାଜ୍ୟରୁ ଶତାଧିକ ବାଲୁକା ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ବାଲୁକା ଉତ୍ସବ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ମାନେ ଭିଡ଼ ଜମାଇ ଥିଲେ। ଆକର୍ଷଣୀୟ ସାଜସଜ୍ଜା ସହିତ ସୁନ୍ଦର୍ ବାଲୁକା କଳା ଦେଖୀ ପର୍ଯ୍ୟଟକ ମାନେ ବିଭୋର ହୋଇଥିଲେ।

Leave a Reply

Your email address will not be published. Required fields are marked *