୩୪ ତମ କୋଣାର୍କ ଉତ୍ସବ ଉଦଘାଟିତ

ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ କଲା ମତୁଆଲା ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳା ସାଜିଛି ଆକର୍ଷଣ କୋଣାର୍କ,୦୧.୧୨- ପୁରୀ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅର୍କକ୍ଷେତ୍ର କୋଣାର୍କ ଠାରେ ୩୪ ତମ କୋଣାର୍କ ଉତ୍ସବ ଆନୁଷ୍ଠାନିକ ଭାବେ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଏଥିପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମି ନୂଆରୂପରେ ସଜ୍ଜିତ ହୋଇଛି। କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ କଟକର ସୁର ମନ୍ଦିର ଗ୍ରୁପ ପକ୍ଷରୁ ଓଡିଶୀ ଓ ବେଙ୍ଗାଲୁର ଚିଥକଳା ଏକାଡେମୀ ପକ୍ଷରୁ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। ଯାହା ଦର୍ଶକଙ୍କୁ ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ମତୁଆଲା କରିଥିଲା। କୋଣାର୍କ ଆଜି ନବବଧୂ ପରି ସଜେଇ ହୋଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳା ସାଜିଛି ଆକର୍ଷଣ ପର୍ଯ୍ୟଟକ ଓ ଦର୍ଶକଙ୍କ ପାଇଁ। ପ୍ରଥମ ଉଦଘାଟନୀ ସଂଧ୍ୟା ରେ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ଓ ଟି ଡି ସି ଅଧ୍ୟକ୍ଷ ଲେଲିନ ମହାନ୍ତି , ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ପର୍ଯ୍ୟଟନ ବିଭାଗ ସଚିବ ସଚିନ ରାମ ଚନ୍ଦ୍ର ଯାଦବ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ ରେ ୩୪ ତମ କୋଣାର୍କ ଉତ୍ସବ କୁ ଉଦଘାଟନ କରିଥିଲେ। ଆଜି ଦର୍ଶକ ଗ୍ୟାଲେରୀ ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ସଂଧ୍ୟା ର ଦ୍ଵିତୀୟ ପର୍ଯ୍ୟାୟ ରେ ବେଙ୍ଗାଲୁରର ଚିଥକଳା ସ୍କୁଲ ଅଫ ଏକାଡେମୀର ପ୍ରବୀଣ କୁମାର ଓ ସାଥୀ ଙ୍କ ଦ୍ଵାରା ଭାରତନାଟ୍ୟମ ନୃତ୍ୟ ପରିବେଷଣ କରାଯାଇଥିଲା। କୋଣାର୍କ ଉତ୍ସବ କୁ ମୃତୁଞ୍ଜୟ ମହାପାତ୍ର ଓ ସଂଘତି ପାଣି ସଂଯୋଜନା କରିଥିଲେ।

ଜ୍ଞାନ ରଞ୍ଜନ ବିଶ୍ଵାଳ reporter

Leave a Reply

Your email address will not be published. Required fields are marked *