ଆସନ୍ତା କାଲି ବାହାରିବ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳ

4 ରାଜ୍ୟର ବିଧାନସଭା ନିର୍ବାଚନ ଫଳ ଆସନ୍ତା କାଲି ବାହାରିବ । ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନାରେ ରେଜଲ୍ଟରୁ ପରିସ୍କାର ହେବ କିଏ ଗଢ଼ିବ ସରକାର । ଏକଜିଟ୍ ପୋଲ ଅନୁଯାୟୀ ରାଜସ୍ଥାନରୁ ସରିବ କଂଗ୍ରେସ ରାଜ, ବିଜେପିର ହେବ ଏଣ୍ଟ୍ରି, ଏମ୍ପିରେ କ୍ଷମତା ବଜାୟ ରଖିବ ବିଜେପି ଏବଂ
ତେଲଙ୍ଗାନା ଓ ଛତିଶଗଡ଼ରେ କଂଗ୍ରେସର ପଲା ଭାରି ।
ରାଜସ୍ଥାନ ରାଜନୀତିର ସବୁଠୁ ବିତର୍କିତ ରାଜ୍ୟ । ଯେଉଁଠାରେ ପ୍ରତି ପାଞ୍ଚ ବର୍ଷରେ ଥରେ ବଦଳେ ସରକାର । ସେଥିପାଇଁ ଏଥର ବିଜେପି ସରକାର । ମଧ୍ୟ ପ୍ରଦେଶରେ ବିଜେପିର ବିକାଶ ମଡେଲ୍ ସବୁବେଳ ଥାଏ ଚର୍ଚ୍ଚାରେ । ଏଥର ଏକଜିଟ୍ ପୋଲର ଆକଳନ ବିଜେପି କେବଳ ୧୮ ବର୍ଷ ପରେ ବି ନିଜ କବଜାରେ ରଖିବନି ବରଂ ରେକର୍ଡ ଭାଙ୍ଗି ସର୍ବାଧିକ ଆସନ ହାତେଇବ । କଂଗ୍ରେସର ମଧ୍ୟ ପ୍ରଦେଶରେ ସରକାର ଗଢ଼ିବା ଦାବି ସ୍ୱପ୍ନରେ ରହିଯିବ ବୋଲି ଏକଜିଟ୍ ପୋଲର ଆକଳନରୁ।
ଛତିଶଗଡ଼ରେ ଯଦିଓ କଂଗ୍ରେସ ସରକାର ନେଇ ଏକଜିଟ୍ ପୋଲ୍ ଆକଳନ କରାଯାଇଛି ତଥାପି ବିଜେପି-କଂଗ୍ରେସର ହୋଇଛି ଘମାଘୋଟ ଲଢ଼େଇ । ଗତଥର ଅପେକ୍ଷା ବିଜେପିର ଭୋଟ୍ ପ୍ରତିଶତ ଅଭୂତପୂର୍ବ ଭାବେ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ସେପଟେ ତେଲଙ୍ଗାନାରେ ବିଆରଏସକୁ ମାତ୍ ଦେଇ କଂଗ୍ରେସ ସର୍ବାଧିକ ଆସନ ହାତେଇବା ବୋଲି ଆକଳନ କରାଯାଇଛି ।
ଏଥର ସବୁ ଏକଜିଟ୍ ପୋଲର ଭିନ୍ନ ଭିନ୍ନ ଆକଳନ ଅନେକଙ୍କ ମଧ୍ୟରେ ସସପେନ୍ସ ବଢ଼ାଇଦେଇଛି ।