ଏସ୍. ବି. ଡି. ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ପ୍ରଦର୍ଶନୀ ‘କନଫ୍ଲ୍ୟୁଏନ୍ସ

କୋରେଇ ବ୍ଲକ୍ ଅନ୍ତର୍ଗତ ଧନେଶ୍ଵର ପଞ୍ଚାୟତର ପାଟୁଳି ଠାରେ ଥିବା ଏସବିଡି ସ୍କୁଲରେ ବାର୍ଷିକ ପ୍ରଦର୍ଶନୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରିନ୍ସପାଲ ଦେବେନ୍ଦ୍ର କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ପାଣିକୋଇଲି ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଦୀକ୍ଷାଜ୍ୟୋତି ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ l ଏହି ପ୍ରଦର୍ଶନୀରେ ଏଲକେଜିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥ, ବାୟୋଲୋଜି, ସୋସିଆଲ ଷ୍ଟଡିଜ୍, କମ୍ପ୍ୟୁଟର୍ ଆପ୍ଲିକେସନ୍, ମିଉଜିକ, ସ୍ପୋର୍ଟ୍ସ, ଡ୍ୟାନ୍ସ, ଆର୍ଟ ଆଣ୍ଡ କ୍ରାଫ୍ଟ ଆଦି ବିଷୟ ରେ ୪ ଶହରୁ ଉର୍ଦ୍ଧ ପ୍ରକଳ୍ପ କୁ ପ୍ରଦର୍ଶନୀ କରିଥିଲେ l ସମ୍ମାନିତ ଅତିଥି ଭାବେ ଫାଉଣ୍ଡର ଆନନ୍ଦ ନନ୍ଦ ଦୀକ୍ଷିତ, ଆଶାବରି କୌର୍, ସିନିୟର କୋଡିନେଟର ଡ. ସୁକାନ୍ତ କୁମାର ତ୍ରିପାଠୀ ଯୋଗଦେଇ ବିଜ୍ଞାନ ପ୍ରସଙ୍ଗରେ ଆଲୋଚନା କରିଥିଲେ l ତେବେ ପ୍ରଦର୍ଶନୀର ଦ୍ୱିତୀୟ ଦିନରେ ଜିନ୍ଦଲ ପ୍ଲାଣ୍ଟର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ ଓ Senior Vice Present A. K. Singh ପରିକ୍ରମା କରି ଛାତ୍ର ଛାତ୍ରୀଙ୍କ ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଅନୁରକ୍ତିକୁ ପ୍ରଶଂସା କରିଥିଲେ l ଏହି ପ୍ରଦର୍ଶନୀ ପରିଚାଳନାରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ reporter