ନ୍ୟାୟ ପାଇଁ ପୁରା ପରିବାର ବ୍ଲକ ସମ୍ମୁଖରେ ଧାରଣା

ହେ ସରକାର ମୋ ପରିବାରକୁ ନ୍ୟାୟ ଦିଅ ବ୍ୟାନର ବାନ୍ଧି ବ୍ଲକ ସମ୍ମୁଖରେ ପରିବାରର ସମସ୍ତ ସଦସ୍ୟ କୁ ନେଇ ଧାରଣା ଦେଲେ । ପୁରୀ ଜିଲ୍ଲା ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତ ର ଗଡକରମଳା ଗ୍ରାମର ରାକେଶ ରୋଷନ୍ ସେଠୀ । ବେନିୟମ ଭାବରେ ଘର ନିକଟରେ କୁକୁଡ଼ା ଫାର୍ମ ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି କରିଥିବା ଓ ରାଜନୈତିକ ଚାପ ପାଇଁ ଅଭିଯୋଗ କେହି ଶୁଣୁ ନଥିବାରୁ କୁକୁଡ଼ା ଫାର୍ମ ଦୁର୍ଗନ୍ଧରେ ଅଶୟ ହୋଇ ଗୋପ ବ୍ଲକ ବିଡ଼ିଓ, ତହସିଲଦାର, ,ପୁରୀ ଜିଲ୍ଲାପାଳଙ୍କୁ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ଆଜି ଗୋପ ବ୍ଲକ ରେ ଜନଶୁଣାଣୀ ଶିବିର ରେ ଅଭିଯୋଗ କରିବା ପରେ ବ୍ଲକ ସମ୍ମୁଖରେ ପରିବାର କୁ ଧାରଣା ଦେଇ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି। କୁକୁଡ଼ା ଫାର୍ମ ପାଇଁ ପରିବାର ଲୋକେ ବିଭିନ୍ନ ରୋଗରେ ପୀଡିତ ହେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯଦି ନ୍ୟାୟ ନମିଳେ ଆଗାମୀ ଦିନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁରା ପରିବାର ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ଏ ନେଇ ଅଭିଯୋଗ ଆମ ହସ୍ତଗତ ହୋଇଛି, କୁକୁଡ଼ା ଫାର୍ମ ପାଇଁ ସେମାନଙ୍କ ପରିବାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି, ଏ ନେଇ ସ୍ଥାନୀୟ ତହସିଲଦାର ଓ ପୋଲିସ କୁ ନିର୍ଦ୍ଦେଶ ଦିଆଯାଇଛି ,ସେମାନେ ଏହାର ତଦନ୍ତ କରିବା ପରେ ପର ବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

Hare krushna mohanty reporter

Leave a Reply

Your email address will not be published. Required fields are marked *