କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା : ଓଡିଶୀ ଓ ସତ୍ରିୟା ନୃତ୍ୟରେ ଝୁମିଲେ ଦର୍ଶକ

କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ୩୪ତମ କୋଣାର୍କ ଉତ୍ସବର ଆଜି ଥିଲା ତୃତୀୟ ସନ୍ଧ୍ୟା। ତୃତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ରୋଜାଲିନ ମହାପାତ୍ର ଓ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନେ ବାକଦେବୀ ମା ସରସ୍ଵତୀ ବନ୍ଦନା କୁ ନିଖୁଣ ଭାବେ ପରିବେଷଣ କରିଥିଲେ। ଏଥିରେ ଶିଳ୍ପୀ ମାନେ ବୀଣା ଓ ପୁସ୍ତକ ଧାରଣ କରିଥିବା ବାକଦେବୀ ଅଜ୍ଞାନ ଅନ୍ଧକାରକୁ ଦୂର କରି ଜ୍ଞାନର ଆଲୋକକୁ ବିସ୍ତାର ଉପରେ ସରସ୍ବତୀ ବନ୍ଦନା ଚମତ୍କାର ଭାବେ ପରିବେଷଣ କରିଥିଲେ। ପରେ ପରେ ଜନ ସମ୍ଭୋହିନୀ ପଲ୍ଲବୀ ଓ ନୃତ୍ଯାଭିନୟ ଯୁଗେ ଯୁଗେ ଜଗନ୍ନାଥ ପରିବେଷିତ ହୋଇଥିଲା। ଅସତ୍ଯ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମର ବିଜୟ ଧ୍ବଜ ଉଡାଇ ଆସିଛି। ପୌରାଣିକ ଆଖ୍ୟାନକୁ ନେଇ ନୃତ୍ୟ ସଂରଚନାଟି ଖୁବ୍ ଉଚ୍ଚକୋଟୀର ଥିଲା ଯାହାକି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତୃତୀୟ ସନ୍ଧ୍ୟାର ଦ୍ଵିତୀୟପର୍ବରେ ସତ୍ତ୍ରିୟା ନୃତ୍ୟଶିଳ୍ପୀ ଅନ୍ବେଷା ମହାନ୍ତି ଓ ସାଥି କଳାକାର ମାନଙ୍କ ଦ୍ଵାରା ଭକ୍ତି ଦର୍ଶନ ଉପରେ ଆଧାରିତ ପରମ ଲୀଳାର ପରିବେଷଣ ପର୍ଯ୍ୟଟକ ଓ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା।

Leave a Reply

Your email address will not be published. Required fields are marked *