ରବି ଦାସ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, ପୁରୀଜିଲ୍ଳା ଡେଲାଙ୍ଗ ବ୍ଳକ୍ ଅନ୍ତର୍ଗତ ସାଉରିଆ ଗ୍ରାମର ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ସରପଞ୍ଚ ରବିନ୍ଦ୍ର କୁମାର ଦାସ ( ୬୨)ଙ୍କ ଡିସେମ୍ବର ୪ତାରିଖ ସୋମବାର ରାତ୍ରରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି ! ସୂଚନା ଥାଉକି ଗତ ନଭେମ୍ବର ମାସ ୩୦ ତାରିଖ ରାତିରେ ପିପିଲି ଠାରେ ଏକ ଅଜଣା ଗାଡ଼ି ଧକାରେ ଗୁରୁତ୍ୱର ଆହତ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଡିସେମ୍ବର ତାରିଖ ସୋମବାର ରାତିରେ ତାଙ୍କର ପରଲୋକ ଘଟିଛି !

ତାଙ୍କର ମୃତ୍ୟୁ ଖବର ଶୁଣି ସମଗ୍ର ଅଂଚଳ ରେ ଶୋକର ଛାୟା ଖେଳି ଯାଇଥିଲା!ଆଜି ତାଙ୍କର ମରଶରୀର ଭୁବନେଶ୍ୱର ରୁ ପିପିଲି ରେ ପହଁଚିଲା ପରେ ସେଠାରୁ ବିରାଟ ଶୋଭାଯାତ୍ର ରେ ବାହାରି ଡେଲାଙ୍ଗ ଷ୍ଟେସନ ବଜାର, ବେରବୋଇ, ଡେଲାଙ୍ଗ ହାଟ ବଜାର, ବ୍ଲକ, ମୋଟରୀ, କୁଆପଦା, କଅଁଳପଡା, ଓଉପଡା ଦେଇ ଘୋରାଡ଼ିଆ ଗ୍ରାମ ଦିବ୍ୟଙ୍ଗତ ଦାସଙ୍କ ବାସଭବନରେ ପହଂଚିଥିଲା ! ଶୋକାକୁଳ ପରିବେଶ ମଧ୍ୟରେ ସ୍ବର୍ଗତ ଦାସଙ୍କ ଧର୍ମପତ୍ନୀ ସମେତ ଭାଇ ଦେବେନ୍ଦ୍ର, ପୁଅ ଅମିତାଭ, ଦୁଇ ଝିଅ ଅମିଷା, ଆଲିଶା ଓ ବନ୍ଧୁ,ପରିବାର ବର୍ଗ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ସେଠାରୁ ବିଶାଳ ପଦ ଯାତ୍ରାରେ ଘୋରଡ଼ିଆ ଗ୍ରାମ ପରିକ୍ରମା କରି ଗ୍ରାମ ନିକଟସ୍ଥ ଦୟାନଦୀ ତଟ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ! ତାଙ୍କର ବଡ଼ ପୁଅ ଅମିତାଭ ଦାସ (ପପୁଲ ) ମୁଖାଗ୍ନି ଦେଇଥିଲେ !ଦିଦ୍ୟଙ୍ଗତ ଦାସ ଜଣେ ଲୋକପ୍ରିୟ ଯୁବ କଂଗ୍ରେସ ନେତା ଥିଲେ ଓ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ରହି ସମାଜରେ ଦୁଃଖି ଦରିଦ୍ରଙ୍କ ସେବାରେ ନିୟୋଜିତ ଥିଲେ !

ଏଥି ସହିତ ଜଣେ ସମାଜସେବୀ, ପରୋପକାରୀ,ସରଳ, ନିଷ୍କପଟ ମେଳାପି ମଣିଷ ଥିଲେ ! ତାଙ୍କ ଶେଷ ଦର୍ଶନରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥି , ପିସିସି ସଭାପତି ଶରତ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର,ପିସିସି ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପ୍ରାକ୍ତନ ସରପଞ୍ଚ ବିପିନ ବଳବନ୍ତରାୟ,ଯୁବ କଂଗ୍ରେସ ନେତା ନିର୍ମଳ କୁମାର ପରିଡା, ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜନକଲ୍ୟାଣ ମଞ୍ଚ ଆବାହକ ରାଧାମୋହନ, ଉପଦେଷ୍ଟା ଜନ୍ମଜୟ ଜେନା, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର, ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ସମାଜସେବୀ ଶଶି ଶେଖର ରାୟ ସ୍ଥାନୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଚିତ୍ରସେନ ନିଶଙ୍କ ପ୍ରମୁଖ ସହିତ ବହୁ ମାନ୍ୟଗନ୍ୟ ବ୍ୟକ୍ତିବିଶେଷ ଦିବ୍ୟଙ୍ଗତ ଦାସ ଙ୍କ ମରଶରୀରରେ ପୁଷ୍ପ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏଥିସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ !ସାଉରିଆ ଓ ଘନିପୁର ପଞ୍ଚାୟତ ର ଜନପ୍ରତିନିଧି ସହ ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ !

Leave a Reply

Your email address will not be published. Required fields are marked *