୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ସଦର ମହକୁମା ପୁନଙ୍ଗସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ପଡିଆ ଠାରେ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ପିଆ.ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀ ,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କର ଏହି ଦିବସ ଅବସରରେ ଶୁଭେଛା ବାର୍ତ୍ତାକୁ ପାଠ କରିଥିଲେ ଓ ପରେ ନିଜର ଅଭିଭାଷଣ ରଖି ହୋମଗାର୍ଡମାନେ ଯେପରି ନିରବଛିନ୍ନ ଭାବେ ଜନସାଧାରଣ ମାନଙ୍କର ସେବା କରୁଛନ୍ତି ତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ପୋଲିସ ବିଭାଗର ପଦାଧିକାରୀ ,ନିମନ୍ତ୍ରିତ ଅତିଥି ଓ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *