ନିହିଡା ପକ୍ଷରୁ ଉପଭୋକ୍ତା ସଚେତନତା ପ୍ରଦର୍ଶନୀ

କୋଣାର୍କ,୦୬.୧୨- କୋଣାର୍କ ଉତ୍ସବ ଅବସରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିହିଡ଼ା ପକ୍ଷରୁ ରାଜ୍ୟ ସ୍ତରୀୟ ଉପଭୋକ୍ତା ସଚେତନତା ପ୍ରଦର୍ଶନୀ ଦୀର୍ଘ ୫ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗ ସହଯୋଗ କ୍ରମେ ନିହିଡ଼ା ପକ୍ଷରୁ ଆୟୋଜନ କରାଯାଇଥିଲା। ଦୀର୍ଘ ୫ଦିନ ଧରି ଜନ ସାଧାରଣ ତଥା ଖାଉଟି ମାନଙ୍କୁ ଖାଉଟି ସୁରକ୍ଷା ଆଇନ, ଖାଉଟି କଲ୍ୟାଣ ଓ ଖାଉଟି ଅଧିକାର ଉପରେ ଫୋଟୋ ପ୍ରଦର୍ଶନୀ, ବ୍ୟାନର ପ୍ରଦର୍ଶନୀ, ଲିଫ୍ ଲେଟ ବଣ୍ଟନ, ଭିଡ଼ିଓ ବାର୍ତା ପ୍ରଦର୍ଶନୀ ମାଧ୍ୟମରେ ବ୍ୟାପକ ସଚେତନତା କରାଯାଇଥିଲା।

ପ୍ରତ୍ୟେକ ଦିନ ପ୍ୟାକେଟ ଯୁକ୍ତ ପଦାର୍ଥ କିଣିବା ପୂର୍ବରୁ ଖାଉଟି ସତର୍କତା, ଖାଉଟି ବିବାଦର ସମାଧାନ ବ୍ୟବସ୍ଥା, ଆଇନ ସହାୟତା ପରାମର୍ଶ, ପ୍ରତିକାର ବ୍ୟବସ୍ଥା, ପରାମର୍ଶ କେନ୍ଦ୍ର, ସମାଧାନ ସୁତ୍ର, ଓଜନ ଓ ମାପ ବିଷୟରେ ସଚେତନତା ଉପରେ ଉପଭୋକ୍ତା ତଥା ଜନ ସାଧାରଣଙ୍କୁ ସଚେତନତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖାଉଟି ସଚେତନା ଉପରେ ପ୍ରଶ୍ନୋତ୍ତର, କୁଇଜ୍ ଓ ରଚନା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା। କୃତୀ ପ୍ରତିଭାଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ନିହିଡ଼ା ସମ୍ପାଦକ ଭକ୍ତ ବିହାରୀ ମିଶ୍ରଙ୍କ ତତ୍ତ୍ୱାବଧନରେ ଆୟୋଜିତ ଏହି ୫ଦିନିଆ ସଚେତନତା ପ୍ରଦର୍ଶନୀରେ ବିଭିନ୍ନ ଦିବସରେ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଏବଂ ମାପ ଓ ଓଜନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ reporter

Leave a Reply

Your email address will not be published. Required fields are marked *