ଦୁଇ ମାସ ପାଇଁ ହାଓଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍ ଏବଂ ପ୍ରଶାନ୍ତି ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ

ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ / ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ ର ମାର୍ଗ ପରିବର୍ତ୍ତନ କରାଯାଇଥିବାବେଳେ ହାଓଡ଼ା-ଏସଏସପିଏନ ଏକ୍ସପ୍ରେସ ର ଆଂଶିକ ବାତିଲ କରାଯାଇ ଅଛି |

22831/୨୨୮୩୨ ହାଓଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) – ହାଓଡ଼ା ଏକ୍ସପ୍ରେସ 06.12.2023 ରୁ 07.02.2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାଓଡ଼ା ଠାରୁ ଏବଂ 08.12.2023 ରୁ 09.02.2024 ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନ ଠାରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ |

ସେହିଭଳି, 18464/1843 ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ 8 ଡିସେମ୍ବର 2023 ରୁ 8 ଫେବୃଆରୀ 2024 ପର୍ଯ୍ୟନ୍ତ ବେଙ୍ଗାଲୁରୁ ଠାରୁ ଏବଂ 7 ଡିସେମ୍ବର 2023 ରୁ 7 ଫେବୃଆରୀ 2024 ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ |

Leave a Reply

Your email address will not be published. Required fields are marked *