ନିଶାଶକ୍ତ ଯୁବକ ଙ୍କ ବେପରୁଆ ଗାଡି ଚାଳନା ରେ ଜଣେ ମୃତ ତିନି ଜଣ ଗୁରୁତର

ନିଶାଶକ୍ତ ଯୁବକ ଙ୍କ ବେପରୁଆ ଗାଡି ଚାଳନା ରେ ଜଣେ ମୃତ ତିନି ଜଣ ଗୁରୁତର l କନ୍ଧମାଳ ଜିଲ୍ଲା ବାଲିଗୁଡା ଜଗନ୍ନାଥ ମାର୍କେଟ ରେ ନିଶାସକ୍ତ ଯୁବକ ଜଣକ ପ୍ରଥମେ ଦୁଇ ଟି ବାଇକ କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଜଳଖିଆ ଖାଉଥିବା ଜଣେ ଯୁବକ ଙ୍କୁ ଧକ୍କା ଦେଇ ଉଠା ଦୋକାନୀ କୁ ମଧ୍ୟ ଧକ୍କା ଦେଇଥିଲା l ଯୁବକ ଙ୍କ ସିରିଜ ଦୁର୍ଘଟଣା ରେ ଜଳଖିଆ ଖାଉଥିବା ଯୁବକ ଙ୍କ ମୃତ୍ୟୁ ହେବା ସହ ତିନି ଜଣ କୁ ବାଲିଗୁଡା ମେଡିକାଲ ରେ ଭର୍ତି କରାଯାଇଛି l ମୃତକ ହେଲେ ବାଲିଗୁଡା 13 ନମ୍ବର ୱାର୍ଡ ସୁନାପାଙ୍ଗା ର ସିମାଞ୍ଚଳ ସାହୁ l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଛି l

Bhabani Shankar jena reporter

Leave a Reply

Your email address will not be published. Required fields are marked *