ଜିଲ୍ଲା ର ସମସ୍ତ ୧୧ ଟି ବ୍ଲକ୍ ଏବଂ ୨ ଟି ପୌରପାଳିକା କୁ ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସ ପଠାଗଲା

ଜିଲ୍ଲା ର ସମସ୍ତ ୧୧ ଟି ବ୍ଲକ୍ ଏବଂ ୨ ଟି ପୌରପାଳିକା କୁ ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସ ପଠାଗଲା ରାୟଗଡା :- ଅଯୋଧ୍ୟା ରୁ ଆସିଥିବା ପବିତ୍ର ଅକ୍ଷତ କଲସ କୁ ରାୟଗଡା ଜିଲ୍ଲା ର ସମସ୍ତ ୧୧ ଗୋଟି ବ୍ଲକ, ରାୟଗଡା ପୌରପାଳିକା ଏବଂ ଗୁଣୁପୁର ପୌରପାଳିକା କୁ ପଠାଯାଇଛି | ରାୟଗଡ ସହର ମଙ୍ଗଳା ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିର ରେ ରଖାଯାଇଥିବା ପବିତ୍ର ଅକ୍ଷତ କଳସ କୁ ରାୟଗଡା ନଗର ର ଶ୍ରୀ ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି,ମିନାଝୋଲା ଆଶ୍ରମ ର ଶ୍ରୀ ଜନକାନନ୍ଦ ଗିରି ଜି ମାହାରାଜ, ରାୟଗଡା ର ଦିବ୍ୟ ଜୀବନ ସଂଘ ଆଶ୍ରମ ର ଶ୍ରୀ ପୂଜ୍ୟ ସ୍ୱାମୀ ତନ୍ନୟାନନ୍ଦନୀ ସରସ୍ବତୀ, ନିୟମଗିରି ରୁ ପୂଜ୍ୟ ସ୍ୱାମୀ ଅଚ୍ୟୁତାନନ୍ଦ ଗିରି ଜି ମହାରାଜ, ଚନ୍ଦ୍ରପୁର ରୁ ପୂଜ୍ୟ ସ୍ୱାମୀ କରୁଣାକର ନନ୍ଦନୀ, କଲ୍ୟାଣସିଂହପୁର ରୁ ବାବା ମନୋରଞ୍ଜନ ତ୍ରିପାଠୀ, ପତଞ୍ଜଳି ଯୋଗକେନ୍ଦ୍ର ରାୟଗଡା ରୁ ବ୍ରହ୍ମଚାରୀ ରାଜେଶ ଭାଇ ଏବଂ ସାଧୁ ସନ୍ଥ ମାନଙ୍କ ଉପସ୍ଥିତି ହୋମ ଯଂଜ୍ଞ ଏବଂ ପୂଜା ଅର୍ଚନା କରିସାରିବା ପରେ ବିଭିନ୍ନ ବ୍ଲକ ଏବଂ ପୌରପରିଷଦ ରୁ ଆସିଥିବା ପ୍ରତିନିଧି ମାନଙ୍କୁ ସାଧୁ ସନ୍ଥ ଙ୍କ କରକମଳରେ ପବିତ୍ର ଅକ୍ଷତ କଳସ ପ୍ରଦାନ କରାଯାଇଥିଲା | ତେବେ ଏହି କାର୍ଯ୍ୟକ୍ରମ ରାୟଗଡା ନଗର ରୁ ଶ୍ରୀ ଜଗନ୍ନାଥ ପ୍ରସାଦ ରାଇଗୁରୁ, ରାୟଗଡା ବ୍ଲକ ରୁ ଶ୍ରୀ ଶିବ ଶକ୍ତି ପଣ୍ଡା, କାଶିପୁର ବ୍ଲକ ରୁ ଶ୍ରୀ ସତ୍ୟ ନାରାୟଣ ସିଂହ, ଗୁଣୁପୁର ନଗର ରୁ ଶ୍ରୀ ଗୋପାଳ କୃଷ୍ଣ ଦେବପାତ୍ର, ଗୁଣୁପୁର ବ୍ଲକ ରୁ ଶ୍ରୀ ସାରଙ୍ଗଧର ନାଗବଂଶ, କଲ୍ୟାଣସିହଁପୁର ବ୍ଲକ ରୁ ଶ୍ରୀ ସଞ୍ଜୟ କୁମାର ଝାଲିଆ,ଚନ୍ଦ୍ରପୁର ବ୍ଲକ ରୁ ପୂଜ୍ୟ ସ୍ୱାମୀ କରୁଣାକର ନନ୍ଦଜି, ବିଷମକଟକ ବ୍ଲକ ରୁ ଶ୍ରୀ ଅନିଲ କୁମାର ସାହୁ, ପଦ୍ମପୁର ବ୍ଲକ ରୁ ଶ୍ରୀ ଗୌରଚନ୍ଦ୍ର ସାହୁ, ଗୁଡାରି ବ୍ଲକ ରୁ ଶ୍ରୀ ଜିତେନ୍ଦ୍ର ମାହାଙ୍କୁଡ଼, ରାମନାଗୁଡ଼ା ବ୍ଲକ ରୁ ଶ୍ରୀ ଗଙ୍ଗାରାମ ମାଣ୍ଡାଙ୍ଗି ପ୍ରତିନିଧିତ୍ୱ କରିଥିଲେ। ରାୟଗଡା ନଗର ର ପବିତ୍ର ଅକ୍ଷତ କଳସ କୁ ବାଦ୍ୟ, ହୁଳୁହୁଳି , ଶଙ୍ଖ ନାଦ ସହ ଏକ ବିରାଟ ପଟୁଆର ରେ ନେଇ ସହର ର ରିଙ୍ଗ ରୋଡ ସ୍ଥିତ ପ୍ରଭୁ ଶ୍ରୀ ହନୁମାନ ମନ୍ଦିର ରେ ରଖାଯାଇଥିଲା | ସୂଚନା ଥାଉକି ୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀ ରାମ ଲଲ୍ଲା ଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବର ରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ସମ୍ବଲପୁରରେ ଆସି ପହଂଚିବା ପରେ ୨୬/୧୧/୨୩ ତାରିଖ ଦିନ ପୂଜାର୍ଚ୍ଚନା କରିସାରିଲା ପରେ ରାୟଗଡ ଜିଲ୍ଲା କୁ ଏହି ପବିତ୍ର ଅକ୍ଷତ କଳସ ତା୨୮/୧୧/୨୩ରିଖ ରେ ଆସି ପହଞ୍ଚିଥିଲା | ମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣ ରେ ଥିବା ଶ୍ରୀରାମ ମନ୍ଦିର ରେ ୧୧ ଦିନ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯାଇଥିଲା | ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକୀର୍ତ୍ତନ ର ବ୍ୟବସ୍ଥା କରାଯାଇଥିଲା | ଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ରାୟଗଡ଼ ଜିଲ୍ଲା ର ପ୍ରତ୍ୟକ ବ୍ଲକର ପଞ୍ଚାୟତ, ରାୟଗଡ ଏବଂ ଗୁଣୁପୁର ପୌରପାଳିକା ର ପ୍ରତ୍ୟକ ୱାର୍ଡ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯାହା କମିଟି ତରଫରୁ ସୂଚନା ଦିଆଯାଇଛି |