ଗଁଦିଆ ବ୍ଳକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ତୃତୀୟ ମାସିକ ସମ୍ମିଳନୀ

ଗଁଦିଆ ବ୍ଳକ ର ସମସ୍ତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କ ତୃତୀୟ ମାସିକ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଡାଳସିଙ୍ଗାମାର୍ଥାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗଁଦିଆ ବ୍ଳକ ର ସମସ୍ତ 5ଟି ଉଚ୍ଚ ବିଦ୍ୟାଳୟ ର ମାସିକ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଡିସେମ୍ବର ମାସ ନଅ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗଁଦିଆ ବ୍ଳକ ର ତିରିଶି ଜଣ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ଓ ଆଲୋଚନା ରେ ଭାଗ ନେଇଥିଲେ। ଗଁଦିଆ ବ୍ଳକ ର ନିହଲପ୍ରସାଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ବ୍ଳକ ଉଚ୍ଚ ବିଦ୍ୟାଳୟ ର ନୋଡାଲ ଅଧିକାରୀ ରଞ୍ଜନ କୁମାର ରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ନଭେମ୍ବର ମାସ ର ଦ୍ବିତୀୟ ବୈଠକ ରେ ହୋଇଥିବା ଆଲୋଚନାର କାର୍ଯ୍ୟ କାରିତା ବିଷୟ ରେ ଆଲୋଚନା ହୋଇଥିଲା। ମୋ ସ୍କୁଲ ଅଭିଯାନ ର ପରିଚାଳନା ସଭ୍ୟ ସୁଧୀର କୁମାର ପାତ୍ର ଚାରି ହାଉସ ଚାରି କ୍ଲବ ବିଷୟ ରେ ଆଲୋଚନା କରିଥିଲେ। ଗଁଦିଆ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲୀଧର ସାହୁ ଙ୍କ ସହିତ ଗଁଦିଆ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ସ୍ବାଇଁ , କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ଓ ମତାମତ ରଖିଥିଲେ। ଡାଳସିଙ୍ଗାମାର୍ଥାପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କ୍ରମ କୁ ଦେଖି ଗୁଗଲ ଫର୍ମ ରେ ସମସ୍ତ ପ୍ରଧାନ ଶିକ୍ଷକମାନେ ପୂରଣ କରିଥିଲେ। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ପାଣିଗ୍ରାହୀ ସମସ୍ତ ଅଧିକାରୀ ଓ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୋ ସ୍କୁଲ ଅଭିଯାନ ର ଆଲମୁନି ସଭ୍ୟ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ଉପଦେଷ୍ଟା ଭିକାରୀ ଚରଣ ରାଉତ କାର୍ଯ୍ୟକ୍ରମ ପାଇଁ ସହଯୋଗ ର ହାତ ବଢ଼ାଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।