ସ୍ପେଶାଲ୍ ଡ୍ରାଇଭ କାର୍ଯ୍ୟକ୍ରମ ରେ ପୁରୀ ପରିବହନ ବିଭାଗ ର ସଫଳତା – ସପ୍ତାହ ବ୍ୟାପୀ ଯାଞ୍ଚ ରେ ୪୭ ଲକ୍ଷ ୫୩ ହଜାର ୬୩୮ ଟଙ୍କା ଜୋରିମାନା ଆଦାୟ

ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖ ରୁ ୭ ତାରିଖ ଯାଏ ମଙ୍ଗଳା ଘାଟ ରୋଡ ରୁ ଜିଲ୍ଲା ର ବିଭିନ୍ନ ରୋଡ ରେ ହୋଇଥିବା ସ୍ପେଶlଲ୍ ଡ୍ରାଇଭ କାର୍ଯ୍ୟକ୍ରମ ରେ ପରିବହନ ବିଭାଗ ପକ୍ଷ ରୁ ସମୁଦାୟ ୬୬୪ ଗୋଟି ଚାଲାଣ ହୋଇଥିବା ବେଳେ ୪୭ ଲକ୍ଷ ୫୩ ହଜlର ୬୩୮ ଟଙ୍କା ଫାଇନ୍ ଆଦାୟ କରଯାଇଥିଲା l ସେହିପରି ଅlର୍ଟିଓ ଏବଂ ପୋଲିସ ପକ୍ଷରୁ ମିଳିତ ଚଢଉ ରେ ୩୦ ଲକ୍ଷ ୮୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି l ପରିବହନ ବିଭାଗ କମିଶନର ଅମିତାଭ ଠାକୁର, ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମର୍ଥ ବର୍ମା , ଏସପି କନୁଆର ବିଶ୍ଵାଳ ସିଂ ଙ୍କ ପରାମର୍ଶ କ୍ରମେ ଓ ଅlର୍ ଟି ଓ ରବିନ ପଟ୍ଟ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ଅନୁଷ୍ଟିତ ଏହି ଚଢ଼ାଉ ରେ ସମୁଦାୟ ୨୩୮୦ କେଶ ରୁଜ୍ଜୁ ଓ ୩୦ ଲକ୍ଷ ୮୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି l ବିନା ହେଲମେଟ ରେ ୧୨୧୭ ଜଣଙ୍କୁ , ବିନା ସିଟବେଲ୍ଟ ରେ ୩୨ଜଣ , ଟ୍ରିପଲ୍ ରିଡ଼ିଂ ରେ ୧୯୦ ଜଣ , ମୋବାଇଲ ବ୍ୟବହାର ରେ ୨୨୨ ଜଣ ଙ୍କୁ, ଡ୍ରଙ୍କ ଡ୍ରାଇଭର ଙ୍କୁ ୦୯ ଜଣ , ଦ୍ରୁତ ଗତି ପାଇଁ ୧୮ ଜଣ, ବେଆଇନ ପାର୍କିଂ ୩୧୦ ଜଣ, ଓ ଅନ୍ୟାନ୍ୟ କାରଣ ପାଇଁ ୩୮୨ ଜଣ ଗୋଟି କେଶ ରୁଜ୍ଜୁ ହୋଇଛି l ଏମ ଭି ଆଇ, ଅତିରିକ୍ତ ଏମ ଭି ଆଇ ଓ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଆଗକୁ ଏ ଅଭିଯାନ ଜିଲ୍ଲା ର ପ୍ରତ୍ୟେକ ଅଞ୍ଚଳ ରେ ଆହୁରି କଡ଼ା କଡି କରାଯିବ ବୋଲି ଆର ଟୀ ଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l
