ନିମାପଡା ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ପର୍ବ

ନିମାପଡା :-୧୦/୧୨-ଦେଶରେ ଚାଲିଛି ନରେନ୍ଦ୍ର ମୋଦିଙ୍କ ଲହର ।ଗାଁ ରେ ଗଡୁଛି ବିକଶିତ ଭାରତ ସଂକଳ୍ପ ରଥ ।ଭାରତ ର ବିକାଶ ପାଇଁ ଦେଶରେ ଚାଲିଛି ମୋଦିଙ୍କ ଗ୍ୟାରେଣ୍ଟି କାର୍ଡ । ଏହା ଆଜି ଦେଖିବାକୁ ମିଳିଛି ନିମାପଡା ନିର୍ବାଚନ ମଣ୍ଡଳୀ ରେ ।ନିମାପଡା ଦଳୀୟ କାର୍ଯ୍ୟାଳୟ ରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସଭାପତି ଶ୍ରୀ ଜଚିନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଳା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ବିଜେପି ର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଧନୁଆଁ ମଣ୍ଡଳ ର ରେଞ୍ଚ ପଞ୍ଚାୟତ ର ବିଜୁ ଜନତା ଦଳର ପ୍ରମୁଖ ନେତୃତ୍ୱ ଶ୍ରୀ ରବିନ୍ଦ୍ର ମହାପାତ୍ର ସହିତ ଆଜି ୫୦ କାର୍ଯ୍ୟକର୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପି ରେ ଯୋଗ ଦେଇଛନ୍ତି ।ଭଗବାନ ପଣ୍ଡା, ସୁଦର୍ଶନ ବେହେରା,ସିନ୍ଧୁ ସାହୁ, ବଂଶୀଧର ସେଠୀ, ରମେଶ କୁମାର ପରିଡା,ସୁରେନ୍ଦ୍ର ନାୟକ, କାଳନ୍ଦୀ ପ୍ରଧାନ, ବିକାଶ ବେହେରା,ଦିଲ୍ଲୀପ କୁମାର ଖଟୋଇ,ସୋନୁ ମହାନ୍ତି, ଅକୋ ପଣ୍ଡା, ପ୍ରମୁଖ ବିଧିବଦ୍ଧ ଭାବେ ଆଜି ଦଳ ରେ ସାମିଲ ହୋଇଛନ୍ତି।ରେଞ୍ଚ ଶକ୍ତି କେନ୍ଦ୍ର ପ୍ରମୁଖ ମହେନ୍ଦ୍ର ବିଶ୍ୱାଳ ସହ ପ୍ରମୁଖ ଈଶ୍ୱର ସାହୁ,ମଥୁରି ସ୍ଵାଇଁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ଵାଇଁ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଓଝା,ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ମହିଳା ମୋର୍ଚା ଜିଲ୍ଲା ସାଧାରଣ ସମ୍ପାଦକ ମିନଲତା ମହାନ୍ତି, ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ଵାଇଁ,ରାଜକିଶୋର ନାୟକ, ପ୍ରସନ୍ନ ପଣ୍ଡା, କିଶୋର ରାଉତ ,ଓ କାର୍ଯ୍ୟାଳୟ ପ୍ରମୁଖ ନରେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ଏହି ମିଶ୍ରଣ ପର୍ବ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *