ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କର୍ମଶାଳା

ଅଦ୍ୟ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ଙ୍କ ଆଦେଶାନୁସାରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଅମିତ୍ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାତ୍ୟା ଆଶ୍ରୟ ସ୍ଥଳ, ବେଲଦଳଠାରେ ଏକ ଆଇନ ସଚେତନତା ଶିବିର ମାନବ ଅଧିକାର ଦିବସ ଉପଲକ୍ଷେ ପାଳିତ ହୋଇଯାଇଛଅଛି । ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଲେ ଯେ ପ୍ରତ୍ୟେକ ଲୋକମାନଙ୍କର ନିଜ ଦେଶ ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଏବଂ ଅଧିକାର ରହିଛି । ସେମାନେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେଗୁଡ଼ିକ ଭୋଗା ଭୋଗ କରିବାର ଅଧିକାର ପାଇଥାନ୍ତି । ଏଣୁ ମାନବ ଅଧିକାରର ସୁରକ୍ଷା ସମସ୍ତଙ୍କର ଦାୟିତ୍ୱ । ଏହାର ଗୁରୁତ୍ୱକୁ ସମସ୍ତେ ଉପଲବ୍ଧି କରିବା ବିଧେୟ । ମାନବ ଅଧିକାରକୁ ସମସ୍ତେ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ନିର୍ଯ୍ୟାତିତ, ଅତ୍ୟାଚାରିତ, ଦୁର୍ବଳ ଶ୍ରେଣୀର ଲୋକ, ମହିଳା, ଶିଶୁ, ଶ୍ରମିକ, ଅସହାୟ ଲୋକମାନଙ୍କ ଉନ୍ନତି ପାଇଁ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ଏବିଡିଓ, ସଦର ବ୍ଳକ, ସରପଞ୍ଚ ବେଲଦଳ ଗ୍ରାମ ପଂଚାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାଧିକରଣର ଅଧ୍ୟକ୍ଷ ଏହାକୁ ପରିଚାଳନା କରିବା ସହ ଏହି କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।