ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ

ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ହେଲା ଶୋକମୟ । ସଭାରେ-ଡେଲାଙ୍ଗ- ମଣିଷର ମୃତୁ ପରେ ଜନସମାଜ ତାଙ୍କ ଗୁଣଗାନ କଲେ ମାନବ ଜନ୍ମ ସାର୍ଥକ ହୋଇଥାଏ ।ପ୍ରମୋଦ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଏହା ଜଳଜଳ ହୋଇ ଜଣାପଡୁଥିଲା ।ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରତନପୁର ଠାରେ ସମାଜସେବୀ ଓ ଶିକ୍ଷାପ୍ରେମୀ ପ୍ରମୋଦ ସାହୁଙ୍କ ସୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ପରିବାର,ବନ୍ଧୁ,ଗ୍ରାମବାସୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ଶୋକମୟ ହୋଇଥିବାର ପରିଲକ୍ଷିତ ହୋଇଥିଲା।ସ୍ବର୍ଗତ ସାହୁଙ୍କ ଉଦ୍ଦେଶ୍ୟରେ ସମାଜସେବୀ କିଷାନ୍ ପଟ୍ଟନାୟକ, କେନ୍ଦ୍ରୀୟ ସୈନିକ ଉମାକାନ୍ତ ତ୍ରିପାଠୀ ,ଭାଇ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସହ ଅନ୍ୟମାନଙ୍କ କୋହଭରା ଅନୁଭୂତି ବର୍ଣ୍ଣନା ସଭାରେ ଭାବ ଓ ଆବେଗମୟ ପରିସ୍ଥିତି ସୃଷ୍ଟି କରିଥିଲା । ଡେଲାଙ୍ଗ ମଣ୍ଡଳ ପ୍ରାଥମିକ ଶିକ୍ଷକ ସଙ୍ଗଠନ ନେତା ପ୍ରଶାନ୍ତ କୁମାର ଦାସ ସଭା ମଞ୍ଚ ପରିଚାଳନା କରିଥିଲେ ।ନବେ ଦଶକରେ ସେ ରତନପୁରଠାରେ ବାପୁଜୀ ବିଦ୍ୟାମନ୍ଦିର ଓ ସମ୍ କୃତ ଟୋଲ ପ୍ରତିଷ୍ଠା ସହ ପିଲାମାନଙ୍କ ଉଦ୍ଦେଶ୍ୟରେ ନୂଆ ପ୍ରକଳ୍ପ ଦେଖାଇ ଏବମ୍ ଅନେକ ମେଧାବୀ ଛାତ୍ରଛାତ୍ରୀ ତିଆରି କରି ସମସ୍ତଙ୍କର ଅତି ଆପଣାର ଥିଲେ।ବେସରକାରୀ ଭାବେ ଏବେ ବି ପିଲାମାନଙ୍କୁ ସେ ଶିକ୍ଷାଦାନକରି ଜଣେ ଅମାୟିକ ମଣିଷ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ ।ତାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଥିଲା ।ତାଙ୍କ ଏକାଦଶାହ ପାଳନ ଅବସରରେ ରାଜ୍ୟ କୃଷକ ସଘ ନେତା ସମାଜସେବୀ ଅଶୋକ ପ୍ରଧାନ,ଡାକ୍ତର ସୁସିଲ ସାହୁ,ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ର,ଅଭୟ ଚରଣ ସାହୁ,ହରି ପାତ୍ର ,ଗଙ୍ଗାଧର ମଲ୍ଲିକ,ରମେଶ ଚନ୍ଦ୍ର ବଳବନ୍ତରାୟ,ପ୍ରକାଶ ପରିଡା, ପ୍ରଦୀପ ସେଠୀ,ନରେନ୍ଦ୍ର ବେହେରା ,ହେମନ୍ତ ପରିଡା,ସର୍ବେଶ୍ବର ଦାସ,ସୁଗୃହିଣୀ ଇନ୍ଦୁମତି ସାହୁ,ସନ୍ଧାରାଣୀ ସାହୁ,ବିଣାପାଣୀ ଦାସ,ଶିକ୍ଷିକା ଅନସୂୟା ସାହୁ ,ସିଆରସିସି ଅଭିମନୁ ପ୍ରଧାନ,ଲୋକନାଥ ପ୍ରଧାନ ,ଗାୟକ ଲଳିତ ସାହୁ ,ବୁଦ୍ଧିଜୀବୀ ଫକିର ସାହୁ,ପ୍ରମୋଦ ସାହୁ,ଉଲ୍ଲାସ ସାହୁ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ସାହୁଙ୍କ ସୁଗୁଣାବଳୀ ଉପରେ ଆଲୋକପାତ୍ ପୂର୍ବକ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଭାଇ ପୂର୍ଣ୍ଣଚନ୍ଦ୍ର ସାହୁ,ପତ୍ନୀ ଶିକ୍ଷୟିତ୍ରୀ ସଜନୀ ଦାସ,ପୁତ୍ର ଆଶିଷ, ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଶେଷରେ ଶିକ୍ଷକ ଅଭୟ ଚରଣ ସାହୁ ଆବେଗଭରା ଜୀବନ ସଙ୍ଗୀତ ଗାଇଥିଲେ ।