ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା

ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଚଳିତ ମାସ ୧୨ ରୁ ପୁରୀ ୧୧/୧୨ କୃଷି ଓ କୃଷକର ବିକାଶ ପାଇଁ ସରକାର ଅନେକ ବ୍ୟବସ୍ଥା କରି ଛନ୍ତି।ଏହାର ସଫଳତା ପାଇଁ କୃଷକ ମାନଙ୍କୁ ସଚେତନ ଓ ସହଯୋଗ କରାଯାଉଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପୁରୀ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଚଳିତ ମାସ ୧୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଶରଧାବାଲି ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଗଣମାଧ୍ୟମ ପ୍ରତିନିଧିମାନ ଙ୍କ ସହଏହି କୃଷି ମହୋତ୍ସବ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏ ସମ୍ପର୍କରେ ସୂଚନା ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ଏଥିରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଛି।ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବ।ଚଳିତ ବର୍ଷ ଜିଲ୍ଲା ପାଇଁ ପ୍ରାୟ ୧୦ କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରୟର ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ଓ କୃଷି ନିର୍ଵାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ମେଳା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏହି ମେଳାରେ ପ୍ରତି ଦିନ ୧୦୦ ଜଣ ଅଗ୍ରଣୀ ଚାଷୀ ମାନଙ୍କ ସହ ଆଲୋଚନା ଓ ମେଳା ପରିଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରତି ବ୍ଲକ ରୁ କୃଷି ଓ ଆନୁଷଙ୍ଗିକ ବିଭାଗର ୫ ଜଣ ସଫଳ ଚାଷୀ ଙ୍କୁ ସମ୍ବର୍ଦ୍ଧନା କରାଯିବ। ଚଳିତ ବର୍ଷ ଜିଲ୍ଲା ପାଇଁ କୃଷି ଯନ୍ତ୍ରପାତି ବିକ୍ରୟର ଧାର୍ଯ୍ୟ ଲକ୍ଷ୍ୟ ୧୦ କୋଟି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ କୋଟି ୬୮ ଲକ୍ଷ ଟଙ୍କାର ଯନ୍ତ୍ରପାତି ବିକ୍ରୟ ହୋଇ ଥିବା ବେଳେ ଚଳିତ ମେଳାରେ ଏହାର ଲକ୍ଷ୍ୟ ପୂରଣ ହୋଇ ପାରିବ ।କୃଷି ଯନ୍ତ୍ରପାତି ରେ ପୁରୁଷ ଚାଷୀ ମାନଙ୍କ ପାଇଁ ଶତକଡା ୪୦ ଭାଗ,ମହିଳା ଚାଷୀ ଙ୍କୁ ୫୦ ଭାଗ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ୭୫ ଭାଗ ରିହାତି ରହିଛି । ପ୍ରତ୍ୟହ୍ୟ ଅପରାହ୍ନ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଛି ବୋଲି ସେମାନେ ସୂଚନା ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ କୃଷି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ।ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *