ପଥରରେ ପିଟି ହୋଇ ଋଷିକୁଲ୍ୟା କଲେଜ ଛାତ୍ରୀ ଆହତ

ଗଞ୍ଜାମ ଜିଲ୍ଲା ସୋରଡା ଠାରେ ଥିବା ଋଷିକୁଲ୍ୟା ଉଚ୍ଚ ମହାବିଦ୍ୟାଳୟ ଠାରୁ ବାହାରି କରଡl ବାଡ଼ି ଅଭିମୁଖେ ଯାଉଥିବା ବେଳେ ଟୋଲ ଗେଟ ସମ୍ମୁଖରେ ରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ପଥର କୁ ପିଟି ହୋଇ ଦୁଇ ଆହତ । ଆହତ ମାନେ ହେଲେ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ରଜନୀ ନାୟକ ଓ ଅନ୍ୟ ଜଣେ ହେଲେ ସୋରଡା ବରାଡିର ଗଜି ନାୟକ । ସୂଚନା ମୁତାବକ ବିଦ୍ୟାଳୟ ଚାଲିଥିବା ସମୟରେ ଗଜି ନିଜ ବାଇକରେ ବିଦ୍ୟାଳୟ ର ଦୁଇ ଛାତ୍ରୀ ରଜନୀ ଓ ରିନୁ ପଡରା କୁ ବାଇକ୍ ରେ ବସାଇ ଟୋଲ ଗେଟ ରାସ୍ତା କୁ ବୁଲିବାକୁ ଯାଇଥିବା ସମୟରେ ବୁଲାଣି ରାସ୍ତାରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ବରେ ଥିବା ପାହାଡ ରେ ଏକ ପଥରରେ ପିଟି ହୋଇଯାଇଥିଲେ । ଯାହାଫଳରେ ରଜନୀ ଓ ଗଜି କୁ ଶକ୍ତ ଆଘାତ ରେ ଆହତ ହୋଇ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସୋରଡ଼ା ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ସୋରଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ସେଠାରେ ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିବା ଯୋଗୁଁ ସେମାନଙ୍କ ବର୍ତ୍ତମାନ ଅଚେତ ଅବସ୍ଥାରେ ଥିବା ଯୋଗୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।