ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ 2024 ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

ପୁରୀ-ପାଟନା ଏବଂ ଭୁବନେଶ୍ୱର- ଧାନବାଦ୍ ବିଶେଷ ଟ୍ରେନ 2024 ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ : ● ଜାନୁଆରୀ 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ ପାଟନା-ପୁରୀ ବିଶେଷ ଟ୍ରେନ | ● ବିଶେଷ ଟ୍ରେନର ସେବା ସମ୍ପ୍ରସାରଣ ଯାତ୍ରୀମାନଙ୍କୁ ଯାତ୍ରା ସୁବିଧା ଯୋଗାଇବ | ଜନସାଧାରଣଙ୍କ ଯାତ୍ରା ସୁବିଧାର ଚାହିଦାକୁ ଦୃଷ୍ଟିରେ ରଖି ଏବଂ ନିୟମିତ ଟ୍ରେନରେ ଅତିରିକ୍ତ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବ ତଟ ରେଳ ପରିସୀମା ମଧ୍ୟରୁ ଯାତ୍ରା ପ୍ରାରମ୍ଭ କରୁଥିବା ବିଶେଷ ଟ୍ରେନ ଗୁଡିକର ସେବାକୁ ବୃଦ୍ଧି କରାଇବାକୁ ଏବଂ ଅଧିକ ସମୟ ଅବଧି ଚଳାଚଳ ପାଇଁ ନିମ୍ନଲିଖିତ ଭାବେ ନିଷ୍ପତ୍ତି ନିଆଯାଇଛି | ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ_ ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡୁଥିବା 08439 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 27 ଏପ୍ରିଲ୍, 2024 ପର୍ଯ୍ୟନ୍ତ ଚଳାଚଳ କରିବ । ସେହିପରି, ପ୍ରତ୍ୟେକ ରବିବାର ଦିନ ପାଟନା ଠାରୁ ଛାଡୁଥିବା 08440 ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ 28 ଏପ୍ରିଲ୍ 2024 ପର୍ଯ୍ୟନ୍ତ ଚଳାଚଳ କରିବ। ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ_ ପ୍ରତିଦିନ ପୁରୀ ଠାରୁ ଛାଡୁଥିବା 02832 ଭୁବନେଶ୍ୱର-ଧାନବାଦ୍ ବିଶେଷ ଟ୍ରେନ 29 ଏପ୍ରିଲ, 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି ଧାନବାଦ୍ ଠାରୁ ପ୍ରତିଦିନ ଛାଡୁଥିବା 02831 ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ 30 ଏପ୍ରିଲ 2024 ପର୍ଯ୍ୟନ୍ତ ଚଳାଚଳ କରିବ।ପାଟନା-ପୁରୀ ସାପ୍ତାହିକ ବିଶେଷ ଟ୍ରେନ_ ପାଟନା ଠାରୁ ପ୍ରତି ଗୁରୁବାର ଦିନ ଛାଡୁଥିବା 03230 ପାଟନା-ପୁରୀ ବିଶେଷ ଟ୍ରେନ 25 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। ସେହିଭଳି, ପୁରୀ ଠାରୁ ପ୍ରତ୍ୟକ ଶୁକ୍ରବାର ଦିନ ଛାଡୁଥିବା 03229 ପୁରୀ-ପାଟନା ସାପ୍ତାହିକ ବିଶେଷ ଟ୍ରେନ 26 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ।ଏହି ବିଶେଷ ଟ୍ରେନ ପାଇଁ ସମୟ ସାରଣୀ ଓ ରହଣି ଷ୍ଟେସନ ପୂର୍ବ ଚଳାଚଳ ଅନୁଯାୟୀ ଅପରିବର୍ତ୍ତିତ ରହିବ |

Leave a Reply

Your email address will not be published. Required fields are marked *