ଦ୍ଵାବିଂଶ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ଦ୍ଵାବିଂଶ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଯାଇଛି ଏଥିରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ କର୍ପୋରେଟର ଶ୍ରୀମତୀ ସାବିତ୍ରୀ ନାୟକ ମୁଖ୍ୟ ବକ୍ତା ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତି ଲତା ମୁଦୁଲି ଓ ସମ୍ମାନିତ ଅତିଥି ଭାବେ ଆଙ୍କୁଲି କ୍ଲଷ୍ଟର CRCC ଶ୍ରୀ ଲୋକନାଥ ସାହୁ ଉପସ୍ଥିତ ରହି ଶିଶୁ ଙ୍କୁ କ୍ରୀଡ଼ାର ମହତ୍ତ୍ଵ ଓ ସ୍ବାସ୍ଥ୍ୟ ହିଁ ସବୁଠାରୁ ମୂଲ୍ୟବାନ ସମ୍ପଦ ଅଟେ ବୁଝାଇଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ପ୍ରଧାନଚାର୍ଯ୍ୟl ସହିତ ଅନ୍ୟାନ୍ୟ ଗୁରୁମା ମାନେ ପରିଚାଳନା କରିଥିଲେ l