ମୋ ପରିବାର”କୁ ଦିବ୍ୟାଙ୍ଗ ମହୋତ୍ସବରେ ସମ୍ବର୍ଦ୍ଧିତ

ଜଟଣୀ:୧୨:୧୨ର ରାମଚନ୍ଦ୍ରପୁର ସ୍ଥିତ ମା”ଉତ୍ତରାୟଣୀ ପୀଠରୁ ନୂଆକରି ଆରମ୍ଭ ହୋଇଥିବା “ମୋ ପରିବାର”କୁ ଦିବ୍ୟାଙ୍ଗ ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ରାଜଧାନୀର ବିପିନ ବିହାରୀ ଚୌଧୁରି ବଧିର ସ୍କୁଲ ପରିସରରେ ଆୟୋଜିତ”ଦିବ୍ୟାଙ୍ଗ ମହୋତ୍ସବ-୨୦୨୩”ସମ୍ବାଦପତ୍ର ‘ନନ୍ଦିନୀ’ର ସମ୍ପାଦକ ହେମନ୍ତ ରଥଙ୍କ ପରିଚାଳନା ଓ ସଭାପତିତ୍ୱରେ ଆୟୋଜିତ ମହୋତ୍ସବର ମୁଖ୍ୟ ଅତିଥି ଥିଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସାମୂହିକ ଭାବେ ସେମାନେ ପ୍ରଦୀପପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ଅତିଥି ଭାବେ ଭୁବନେଶ୍ୱର (ମଧ୍ୟ)ବିଧାୟକ ଅନନ୍ତ ନାରାୟଣ ଜେନା, ହାଇଟେକ ଗ୍ରୁପର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ,ଦୈନିକ ‘ଓଡିଶା ଭାସ୍କର’ପରିଚାଳନା ନିର୍ଦେଶକ ମଧୁ ମହାନ୍ତି ଏବଂ ଦୈନିକ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଯୋଗ ଦେଇଥିଲେ l

ଏହି ମହୋତ୍ସବରେ “ମୋ ପରିବାର”କୁ ନିମନ୍ତ୍ରଣ କରାଯାଇଥିଲା l ‘ମୋ ପରିବାର’ର ସହିତ ମିଳିତ ହୋଇ କାର୍ଯ୍ୟ କରୁଥିବା ‘ମହାବୀର ସେନା’ ସଦସ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ହୋଇ ସ୍ୱଇଚ୍ଛାରେ ଯେଉଁ ସାହାଯ୍ୟ ଓ ସହଯୋଗ ସେବା ଦେଖି ଅତିଥି ମାନେ ଭୂରୀ ଭୂରୀ ପ୍ରସଂଶା କରିଵା ସହିତ ସମସ୍ତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ‘ମହାବୀର ସେନା’ର ସଭାପତି ଶୁଭ୍ରାଂଶୁ କୁମାର,ମହାବୀର ସେନାର ପିପିଲି ବ୍ଲକ ସଭାନେତ୍ରୀ ଵିନତୀ ପ୍ରଧାନ ଏବଂ ‘ମୋ ପରିବାର’ ଶରତ ପାଇକରାୟ,ଏସ ମୂର୍ତ୍ତି,ସୁଶାନ୍ତ ପଟ୍ଟନାୟକ,ନିରଂଜନ ପାତ୍ର,ଭାଗ୍ୟଧର ମହାପାତ୍ର,ମନୋଜ ଜେନା,ଅକ୍ଷୟ ସ୍ୱାଇଁ,ସତ୍ୟଶ୍ରୀ ମହାନ୍ତି, ଭରତ ମୋହନ ଦାଶ,ସୁରେଶ ମହାରଣାଙ୍କ ସହିତ ମିଳିତ ସଙ୍ଗର ବହୁ ସଦସ୍ୟମାନେ ଯୋଗ ଦେଇଥିବା ‘ମୋ ପରିବାର’ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

1 thought on “ମୋ ପରିବାର”କୁ ଦିବ୍ୟାଙ୍ଗ ମହୋତ୍ସବରେ ସମ୍ବର୍ଦ୍ଧିତ

Leave a Reply

Your email address will not be published. Required fields are marked *