ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ଆଜି ବି ବିକାଶର ଧାରା ପହଞ୍ଚି ପାରିନି କୁଟୀବାଡି ଗ୍ରାମକୁ

-କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ପାରିଗଡ ପଞ୍ଚାୟତର କୁଟୀବାଡି, ଗୁତୁମିଲା, ଯାର୍ଗୀଗୁଡା ଆଦି ଅଞ୍ଚଳ ରେ ସ୍ୱାଧୀନତାର ସ୍ୱାଦ ଆଜିବି ପାଇପାରି ନାହାନ୍ତି ।କୁଟୀବାଡି, ଗୁତୁମିଲା, ଯାର୍ଗୀଗୁଡା ଗ୍ରାମବାସୀ। 9 ନମ୍ବର ୱାର୍ଡ ର ଚାରୋଟି ଗ୍ରାମ ତଥା କୁଟୀବାଡିଗ୍ରାମ ବାସୀ ଦୀର୍ଘ 60ବର୍ଷ ରୁ ଉର୍ଦ୍ଧ ହେବ ବାସିନ୍ଦା ହୋଇ ରହି ଆସୁଛନ୍ତି l କିନ୍ତୁ ନା ଅଛି ରାସ୍ତା ଟିଏ ନା ପାଇଛନ୍ତି ସରକାରଙ୍କ ମୌଳିକ ସୁବିଧାରୁ ଆଜିବି ବଞ୍ଚିତ ଏ ଗ୍ରାମ ବାସୀ lସ୍ୱାଧୀନତାର ଦୀର୍ଘ ବର୍ଷ ଧରି ପାହାଡ ପର୍ବତ ଜଙ୍ଗଲ ମଧ୍ୟରେ ବାସ କରୁଥିଲେ ବି କାହାର ନଜର ପଡୁନି ଏହି ଅଞ୍ଚଳ ବାସୀଙ୍କ ଉପରେ କହିବାକୁ ଗଲେ ଚାରିଟି ଗ୍ରାମକୁ ନେଇ ଗୋଟାଏ ୱାର୍ଡ ଗଠନ ହୋଇଛି ।ସତ ତାହା ବି ଏକ ରିଭିନ୍ୟୁ ଭିଲେଜ ଭାବରେ କିନ୍ତୁ ।ଗ୍ରାମରେ ପିଇବାକୁ ପାଣି ନାହିଁ ।ଗାଁକୁ ରାସ୍ତା ନାହିଁ, କିମ୍ବା ଛୋଟ ଶିଶୁଙ୍କ ପାଇଁ ଅଙ୍ଗନୱାଡି ନାହିଁ ଗାଁରେ ବିଜୁଳି ନାହିଁ ରହିବାକୁ ଭଲ ଘର ଟିଏ ବି ନାହିଁ। କିନ୍ତୁ 5 ବର୍ଷ ହେଲେ ହାତ ଯୋଡ଼ି ଭୋଟ ମାଗିବା ପାଇଁ କୁଜି ନେତା ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାଙ୍କ ସୁଅ ଛୁଟିଥାଏ। ହେଲେ ଆଜି ପର୍ଯ୍ୟନ୍ତ କାହାର ଦୂରଦୃଷ୍ଟି ପଡୁନାହିଁ। ନାଁ ନେତାଙ୍କ ନାଁ ସ୍ଥାନୀୟ ପ୍ରଶାସନ ର ସରକାରଙ୍କ ବିକାଶ ଧାରାରେ ଗାଁକୁ ରାସ୍ତା ଛାତ ଘରକୁ ବିଜୁଳି ଘର ଘର ପାଣି ବ୍ୟବସ୍ଥା କୁଆଡେ ଗଲା କୁଟୀବାଡି ଗ୍ରାମ ବାସିଙ୍କ ପାଇଁ। ଆଜିବି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଚାରିଖଣ୍ଡ ଗ୍ରାମବାସୀ । ଶିକ୍ଷାର ବିକାଶ କହିଲେ ଇଚ୍ଛାଥାଇବି ପିଲାମାନେ ପଡିପାରୁନାହାନ୍ତି । ଛୋଟ ଛୋଟ ଶିଶୁ ନାଁ ଅଛି ସ୍କୁଲ ନାଁ ଅଛି ରାସ୍ତା ଚତୃରପାର୍ଶ୍ଵ ପାହାଡ଼ ହିଁ ପାହାଡ଼ ରୋଗଗ୍ରସ୍ତ ମାଆ ଟି ପାଇପାରୁନି ଔଷଧ ଟିକେ । ନାଁ ଗର୍ଭବତୀ ମାଆଟି ଯାଇ ପାରୁଛି ମେଡିକାଲ। ଏହି ସବୁ ସମସ୍ୟାର ଅନ୍ତ କେବେ. ଚାହିଁ ବସିଛନ୍ତି ।
bhabani Shankar jena reporter