ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହେଲା କଳିଙ୍ଗ ବୈଶ୍ୟ ସମାଜର ସଂଘ ଗୃହ

– ଉପାନ୍ତ ଅଞ୍ଚଳରେ ପ୍ରତିଷ୍ଠା ହେଲା କଳିଙ୍ଗ ବୈଶ୍ୟ ସମାଜର ସଂଘ ଗୃହ | ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଠାରେ କଳିଙ୍ଗ ବୈଶ୍ୟ ସମାଜ ତରଫରୁ ସଂଘ ଗୃହର ଉଦ୍ଘାଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୈଶ୍ୟ ସମାଜର ମୌଡମଣୀ ତାଲୁସୁ କେଦାର ନାଥ ସୁବୁଦ୍ଧି ଓ ଋଷିକୂଲ୍ୟା ଅଞ୍ଚଳ ସଭାପତି ଗୋପାଳ କୃଷ୍ଣ ସେନାପତି ଯୋଗ ଦେଇଥିଲେ | ସମ୍ମାନିତ ଅତିଥି ରୂପେ କଳିଙ୍ଗ ଵୈଶ୍ୟ ମହାସଂଘ କର୍ମକର୍ତ୍ତା ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ , ଯୁବକ ସେବା ମହାସଂଘ ସମ୍ପାଦକ, ଋଷିକୂଲ୍ୟା ଅଞ୍ଚଳ ସମସ୍ତ କର୍ମକର୍ତ୍ତା, ଋଷିକୂଲ୍ୟା ଆଞ୍ଚଳିକ ଯୁବକ ସେବା ସଂଘ ,ମହିଳା ସଂଘ କର୍ମକର୍ତ୍ତା, ମହାସଂଘ ସଭ୍ୟ ସହ ଋଷିକୂଲ୍ୟା ଅଞ୍ଚଳ ଅଧୀନ ଥିବା ସମସ୍ତ ସଂଘ ର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଯୋଗ ଦେଇଥିଲେ |ବଡଗଡ ସଂଘ ର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ସମସ୍ତ ଅତିଥି ମାନଙ୍କୁ ଢୋଲ ତାଳ ବଜାଇ ଅତିଶ ବାଜି କରି ମହା ପଟୁଆର ସହ ନୂତନ ଭାବେ ନିର୍ମିତ ହୋଇଥିବା ସଂଘ ଗୃହ ଠାରେ ପହଞ୍ଚିଥିଲେ | ସେଠାରେ ଅନୁଷ୍ଠିତ ହୋଇଥିବା ହୋମରେ ଯୋଗ ଦେବା ସହ ପ୍ରଦୀପ ପ୍ରଜ୍ବଳନ କରି ସଂଘର ଉଦ୍ଘାଟନ କରିଥିଲେ | ଆଜିର ଏହି କାର୍ଯ୍ୟକ୍ରମର ବଡଗଡ ସଂଘ ପୁରଶ୍ରେଷ୍ଟି ଏସ. ଅଶୋକ କୁମାର ପାତ୍ର , ଉପ ସଭାପତି ଇ. ଦିଲୀପ କୁମାର ପାତ୍ର, ସମ୍ପାଦକ ଏ. ଯୁଧିଷ୍ଟିର ପାତ୍ର,ଯୁଗ୍ମ ସମ୍ପାଦକ ଏସ.ରଞ୍ଜନ କୁମାର ପାତ୍ର, କୋଷାଧ୍ୟକ୍ଷ ଇ . ନୀଳାଚଳ ପାତ୍ର, ସଂଘ କମିଟି ସଭ୍ୟ ସିଏଚ. ଭଗବାନ ପାତ୍ର, ଇ. ସ୍ବାଧିନ କୁମାର ପାତ୍ର, ଏ.ସନ୍ତୁନୁ କୁମାର ସୁବୁଦ୍ଧି, ସିଏଚ. ରଜେଶ୍ୱର ପାତ୍ର, ଏ. ଚେଇନ ପାତ୍ର, ଏ. ସୁରେନ୍ଦ୍ର ପାତ୍ର, ବି. ଶିବ ଶଙ୍କର ପାତ୍ର, ଏ. ବାଲେଶ୍ଵର ଶରାବ, ପେଣ୍ଠ ଗୃହ ଗଠନ କାରି ସିଏଚ. ଶ୍ୟାମ ସୁଦର୍ ପାତ୍ର, ଯେ. ସତ୍ୟନାରାୟଣ ସୁବୁଦ୍ଧି, କେ. ବସନ୍ତ କୁମାର ପାତ୍ର, ଏ. ତ୍ରିପତି ନାରାୟଣ ଶରାବ, ଉପଦେଷ୍ଟା ସିଏଚ. ପ୍ରକାଶ ଚନ୍ଦ୍ର ପାତ୍ର, ଯୁବକ ସେବା ସଂଘ ସଭାପତି ବି. ଆଲୋକ ପାତ୍ର, ଉପ ସଭାପତି ଏନ୍. ଚନ୍ଦନ ପାତ୍ର, ସମ୍ପାଦକ ପି. ଯତୀନ ପାତ୍ର, ଯୁଗ୍ମ ସମ୍ପାଦକ ଏ. ଦୁର୍ଗା ସରାବ, କୋଷାଧ୍ୟକ୍ଷ ଏ. ଆସିତୋଷ ଶରାବ , ମହିଳା ସଂଘ୍ ସଭାନେତ୍ରୀ ଏ. ରାଜେଶ୍ୱରୀ ଶରାବ, ଉପ ସଭାପତି ସିଏଚ. ପଦ୍ମାଲୟା ପାତ୍ର, ସମ୍ପାଦିକା ବି. କଳ୍ପନା ପାତ୍ର, ଯୁଗ୍ମ ସମ୍ପାଦିକା ଇ. ସରିତା ପାତ୍ର, କୋଷଧକ୍ୟା ଏ. ସୁନିତା ପାତ୍ର ଯୋଗ ଦେଇଥିଲେ |
ସୋରଡ଼ା ରୁ ନାରାୟଣ ଡାକୁଆ reporter