ପୁରୀ ଜିଲ୍ଲା ସ୍ତରୀୟ ନୂଆ ଓଡିଶା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ନୂଆ ଓଡିଶା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ପୁରୀ ୧୨/୧୨ ପୁରୀ ଜିଲ୍ଲା ସ୍ତରୀୟ ନୂଆ ଓଡିଶା ଉତ୍ସବ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ଲେକ୍ସ ରେ ଅନୁଷ୍ଠିତ ହେବ।ସରକାରଙ୍କ ପରାମର୍ଶ ଆଧାର ରେ ଏହା ଜାନୁଆରୀ ମାସରେ ଅନୁଷ୍ଠିତ ହେବ।ଏହାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବାକୁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହା ଏକ ନୂଆ ଯୋଜନା ହୋଇ ଥିବାରୁ ଓ ଏଥିରେ ଯୁବ ବର୍ଗ ମାନଙ୍କୁ ନେଇ ଆୟୋଜିତ ହେବାକୁ ଥିବାରୁ ସରକାରଙ୍କ ମାର୍ଗଦର୍ଶିକା ଆଧାର ରେ ପରିଚାଳନା ପାଇଁ ନିର୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମ ପାଇଁ ଟେଣ୍ଟ ଦାୟିତ୍ୱ ରେ ଥିବା ସଂସ୍ଥା ଏହାକୁ ମଜବୁତ ଭାବେ ନିର୍ମାଣ ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା, ଅଂଶଗ୍ରହଣ କାରୀ ଙ୍କୁ ସେମାନଙ୍କ ଅଧ୍ୟକ୍ଷ ଙ୍କ ମାଧ୍ୟମରେ ସୂଚନା ଦେବା, ସେମାନ ଙ୍କୁ ପରିଚୟ ପତ୍ର ଦେବା, ଯାତାୟତ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଚିକିତ୍ସା ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ପାଇଁ ସମ୍ପୃକ୍ତ ବିଭାଗ କୁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟର ସୁ ପରିଚାଳନା ପାଇଁ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୌର ନିର୍ଵାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ପ୍ରାରମ୍ଭରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ସହ ବିବିଧ ସୂଚନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *