ପ୍ଲାଷ୍ଟିକ ମୁକ୍ତ ପରିବେଶ” ତଥା “ନିଶା ମୁକ୍ତ ସମାଜ”

ପୁରୀ ସରକାରୀ ଆଇଟିଆଇ ର ଛାତ୍ରଛାତ୍ରୀ ଓ କର୍ମଚାରୀ ଙ୍କ ମିଳିତ ଉଦ୍ୟମ ରେ ପୁରୀ ସହରର ବିଭିନ୍ନ ଅଞ୍ଚଳରେ,”ପ୍ଲାଷ୍ଟିକ ମୁକ୍ତ ପରିବେଶ” ତଥା “ନିଶା ମୁକ୍ତ ସମାଜ” ସମ୍ପର୍କିତ ସଚେତନତା ରାଲି ଆୟୋଜିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ “ନୂଆଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନ ପାଇଁ ବାର୍ତା ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ପ୍ଲାଷ୍ଟିକ ର ବହୁଳ ବ୍ୟବହାର ର ଭୟାବହତା ଓ ପ୍ରତିକାର ସମ୍ପର୍କରେ ସଚେତନ କରିଛନ୍ତି।ଏହି କ୍ରମରେ ଅନୁଷ୍ଠାନ ର ଅଧ୍ୟକ୍ଷ ଇଂ. ଶ୍ରୀ ଅରବିନ୍ଦ ଘୋଷ ଙ୍କ ତତ୍ୱାବଧାନରେ ଅନୁଷ୍ଠାନର ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ପୁରୀ ସମୁଦ୍ର ତଟ ସଫେଇ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବାଲୁକା କଳା,ବିଶେଷ ଯୋଗ ସେଷନ୍‌,ଟଗ୍ ଅଫ୍ ୱାର୍. ଆଦିରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *