ଜିଲ୍ଲାସ୍ତରୀୟ ଚାରିଦିନିଆ ସ୍କାଉଟ୍ ଓ ଗାଇଡ କ୍ୟମ୍ପୋରି ଅନୁଷ୍ଠିତ

ପୁରୀ ଜିଲ୍ଲା କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ ପଷିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ଜିଲ୍ଲାର 11ଟା ବ୍ଳକ ସହ ପୁରୀ ମୁନିସିପାଲିଟିର ୧୫୦୦ରୁ ଅଧିକ ସ୍କାଉଟ ଓ ଗାଇଡ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ। ୪ଦିନିଆ କ୍ୟମ୍ପୋରୀ କାର୍ଯ୍ୟକ୍ରମରେ ସ୍କାଉଟ ଓ ଗାଇଡ ମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀ ମାନେ ନିଜ ନିଜର ବିଭିନ୍ନ ନୃତ୍ୟ, ସଙ୍ଗୀତ କୈଶଳ ପ୍ରଦର୍ଶନ କରିଥିଲେ। ଏଥି ସହ ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ ସମୟରେ କିପରି ଛାତ୍ରଛାତ୍ରୀ ଓ ଲୋକମାନଙ୍କୁ ସାହାର୍ଯ୍ୟ କରିପାରିବେ ସେ ଦିଗରେ ତାଲିମି ଦିଆଯାଇଥିଲା।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ reporter