ଗ୍ରାମୀଣ ଡାକ ସେବକଙ୍କ ଦ୍ଵାରା ୫ଦଫା ଦାବି ନେଇ ଧର୍ମଘଟ

୫ଦଫା ଦାବୀ ନେଇ ମଙ୍ଗଳବାର ଠାରୁ ଆନ୍ଦୋଳନରେ ଡାକକର୍ମଚାରୀ l ଡାକ ସେବା କ୍ଷେତ୍ରରେ କର୍ମଚାରୀଙ୍କ ଅବଦାନ ଅତୁଳନୀୟ l ଏମାନଙ୍କ କର୍ତଵ୍ୟନିଷ୍ଠା, କାର୍ଯ୍ୟଦକ୍ଷତା ଓ ତ୍ୟାଗ ବଳରେ ଭାରତୀୟ ଡାକ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି l ହେଲେ କର୍ମଚାରୀଙ୍କ ପ୍ରତି କେନ୍ଦ୍ରସରକାର ବାରମ୍ବାର ପ୍ରତାରଣା କରିଚାଲିଛନ୍ତି l ଦାବୀ ପୂରଣ ପାଇଁ ସରକାର ମିଥ୍ୟା ପ୍ରତିଶୃତି ମାନ ଦେଉଛନ୍ତି l ଯାହାଫଳରେ ଡାକ କର୍ମଚାରୀମାନେ ନିରାଶ ହୋଇ ପଡିଲେଣି l

କେନ୍ଦ୍ରସରକାରଙ୍କ ପ୍ରତାରଣାଙ୍କ ପ୍ରତିବାଦରେ ଆନ୍ଦୋଳନକୁ ଓଲ୍ଲାହିଛନ୍ତି l ଗ୍ରାମଣୀ ଡାକ ସେବକ ଙ୍କ ଦୈନିକ ୮ ଘଣ୍ଟା କାର୍ଯ୍ୟନିର୍ଘଣ୍ଟ ସ୍ଥିର କରିବା, ପ୍ରତି ୧୨ ବର୍ଷରେ ଅର୍ଥୀକ ପଦନ୍ଵତି ଦେବା ଶୀଘ୍ର କାର୍ଯ୍ୟକାରି କରିବା, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା, ଗ୍ରାମୀଣ ଡାକ ସେବକ ମାନଙ୍କୁ ପେନସନ ପ୍ରଦାନ ଏବଂ ଗ୍ରାଚୁଇଟି ଓ ସେଭେ୍ରାନ୍ସ ଆଲ୍ଲାଉନ୍ସ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ଏବଂ ଟାର୍ଗେଟ ବାହାନାରେ ଉପରିସ୍ଥ ଅଧିକାରୀଙ୍କ ଜୁଲମ ବନ୍ଦ କରିବା ଆଦି ୫ ଦଫା ଦାବୀ ନେଇ କୋଣାର୍କ ସ୍ଥିତ ଉପଡାକଘର ସମ୍ମୁଖରେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ, ଜାତୀୟ ଗ୍ରାମୀଣ ଡାକ ସେବକ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ରିପୋର୍ଟ୍

Leave a Reply

Your email address will not be published. Required fields are marked *