ମା ଶାରଳାଙ୍କ ମନ୍ଦିର ରୁ ହୁଣ୍ଡି ବାକ୍ସ ଚୋରି

ଜଗତସିଂହପୁର ଜିଲାର ଆରଧ୍ୟା ଦେବୀ ମା ଶାରଳାଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ ହୋଇ ଥିବାର ଅଭିଯୋଗ ହୋଇଛି । ମନ୍ଦିର ସାମ୍ନାରେ ଥିବା ହୁଣ୍ଡିକୁ କେହି ଦୁବୁର୍ତ୍ତ ଭାଙ୍ଗି ଟଙ୍କା ଲୁଟ କରି ନେଇଛି । ଘଟଣା ସ୍ଥଳରେ କନକପୁର ପୋଲିସ ପହଁଚି ତଦନ୍ତ ଚଳାଇଛି । ହୁଣ୍ଡି ନିକଟରେ ଦୁଇଟି ରେଂଚି ଓ ଗୋଟିଏ କଟର ମେସିନ ପଡିଥିବାର ଦେଖା ଯାଇଛି । ତେବେ ହୁଣ୍ଡି ରେ କେତେ ଟଙ୍କା ଥିଲା ତାହା ଜଣା ପଡ଼ିନାହିଁ । ଆରପଟେ ସନ୍ଦେହରେ ମନ୍ଦିର ପୋଲିସ 3 ଜଣଙ୍କୁ ସନ୍ଦେହରେ ଅଟକ ରଖି ଥିବାର ଜଣା ଯାଇଛି ।ପୋଲିସ ପକ୍ଷରୁ ମଧ୍ୟ ସନ୍ଧାନୀ କୁକୁର ସାହାର୍ଯ୍ୟରେ ତଦନ୍ତ ଚାଲିଥିବା ବେଳେ ସନ୍ଧାନୀ କୁକୁର ଅଟକ ରଖିଯାଇଥିବା ବ୍ୟକ୍ତିଙ୍କ ଘରକୁ ଯାଇଥିଲା ବୋଲି ଜଣାଯାଇଛି ।ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ଅଧିକ ତଦନ୍ତ ଚଳାଇଛି । ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଏପରି ଘଟଣା ଘଟିଥିବାର ସେବାୟତମାନେ ଅଭିଯୋଗ ହେଉଛି ।ରାତି ପ୍ରାୟ 2ଟାରୁ 3ଟା ମଧ୍ୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ଥାନା ଅଧିକାରୀ, ଏସ୍ଡିପିଓ ଓ ଜଗତସିଂହପୁର ଆଡ଼ିସନାଲ ଏସ୍ପି ପହଁଚି ତଦନ୍ତ ଚଳାଇବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି। ହୁଣ୍ଡି ନିକଟରେ ଏକ ରେଂଚି ସହ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରିଛି ପୋଲିସ । ସିସିଟିଭି ଫୁଟେଜ ଓ ସନ୍ଧାନୀ କୁକୁର ସହଯୋଗରେ ତଦନ୍ତକୁ ଆଧାରକରି ପୋଲିସ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରୁଛି ତିର୍ତ୍ତୋଲ ଥାନା ପୋଲିସ । ମନ୍ଦିର ପରିସରରେ ଏକ ଫାଣ୍ଡି ଓ ରାତ୍ରି ଜଗୁଆଳି ବ୍ୟବସ୍ଥା ଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଏପରି ଘଟଣା ଘଟିଥିବାର ଅଭିଯୋଗ ହେଉଛି । ଏହି ହୁଣ୍ଡିରୁ ବର୍ଷକୁ ପ୍ରାୟ 30 ରୁ 40 ଲକ୍ଷ ଟଙ୍କା ମିଳିଥାଏ । ପୋଲିସ ସୂଚନା ଅନୁଶାରେ ମୋଟ ଟଙ୍କାରୁ ପ୍ରାୟ 30 ପ୍ରତିଶତ ଟଙ୍କା ଦୁବୁର୍ତ୍ତ ମାନେ ଲୁଟି ନେଇଥିବାର ଆକଳନ କରାଯାଉଛି । ଗତ ବର୍ଷକ ତଳେ ଗୋରେଖନାଥଙ୍କ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଚୋରି ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମା ଶାରଳାଙ୍କ ହୁଣ୍ଡିରୁ ପ୍ରଥମ ଥର ଏପରି ଘଟଣା ଘଟିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପ୍ରଥମ ଥର ମାଆ ଶାରଳାଙ୍କ ମନ୍ଦିର ରେ ଏଭଳି ହୁଣ୍ଡି ଭାଙ୍ଗି ଟଙ୍କା ଚୋରି ହେବା ଘଟଣାକୁ ଭକ୍ତ ଓ ଶ୍ରଦ୍ଧାଳୁ ମନରେ ଗଭୀର ଆଘାତ ଦେଇଛି । ତେବେ ସିସିଟିଭି ଆଧାରରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ଖୁବ ଶୀଘ୍ର ଏହାର ପର୍ଦ୍ଦାଫାସ ହେବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ପି କହିଛନ୍ତି । ତେବେ ଏହି ଚୋରି ଘଟଣାର ତୁରନ୍ତ ପର୍ଦ୍ଦାଫାସ ହେବା ସହିତ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି କରାଯାଇ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କୁ କିପରି ଅଧିକ କଡାକଡି କରାଯିବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।
ଜଗତସିଂହପୁର ରୁ ରୀତା ସାହୁ reporter