ବାଲିଗୁଡା ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ନୂଆ ଓ ନବୀନ ଓଡ଼ିଶା ସାଂସ୍କୃତିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଖୋସ୍ଲା, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସମନ୍ଵୟ ଅଧିକାରୀ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟ ସଂଯୋଜକ ଅଧ୍ୟାପକ ହିମାଂଶୁଚରଣ ସାହୁ ଅରୁନ୍ଧତୀ ପ୍ରଧାନ ଅଧ୍ୟାପକ ଶିବ ମାଝୀ ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଅଧ୍ୟାପକ ଦୁଷ୍ମନ୍ତ କୁମାର ଶବର ପରିଚାଳନା କରିଥିଲେ।ସ୍ଵେଚ୍ଛାସେବୀ ଏକକ ଅଭିନୟ କଣ୍ଠ ସଙ୍ଗୀତ ସମବେତ ଓ ଏକକ ନୃତ୍ୟ ପ୍ରଦର୍ଶନ ନାଟକ ମଞ୍ଚସ୍ଥ କରିଥିଲେ। ବିଚାରକ ମଣ୍ଡଳୀ ସୂଚାରୁ ରୂପେ ମୂଲ୍ୟାୟନ କରିଥିଲେ।

ରିପୋର୍ଟ – ଭାବାନି ଶଙ୍କର ଜେନା

Leave a Reply

Your email address will not be published. Required fields are marked *