ବ୍ରହ୍ମପୁରରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ
ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ “ସାମାଜିକ କାର୍ଯକଳାପ ” ରେ ଆଜି ତା୧୨-୧୨ – ୨୩ରିଖ ରେ ଯୁକ୍ତ ଦୁଇ ଛାତ୍ରୀମାନଙ୍କ ପାଇଁ “ସାକ୍ଷରତା ଅଭିଯାନ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମହାମାୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ କବିତା ଶତପଥି ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସ୍ଥାନୀୟ ଖଲ୍ଲୀକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମାୟାଧର ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କର ପ୍ରେରଣା ଓ ଉତ୍ସାହ ବଢାଇଥିଲେ। ଏହି କାର୍ଯ୍ୟକ୍ରମଟିକୁ କାର୍ଯ୍ୟକ୍ରମ ସଂଯୋଜିକା ଶ୍ରୀମତୀ ଶ୍ରୀଜା ମିଶ୍ର ସଂଯୋଜନ । କରିଥିଲେ,ନୋଡାଲ ଅଫିସର ଶ୍ରୀମତୀ ଆଶାକିରଣ ପଣ୍ଡା, ସାମାଜିକ କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ସମିତା। ସାହୁ , ଶ୍ରୀମତୀ ସୁନୀତା ରାଣୀ ଜେନା, ଶ୍ରୀମତୀ କାଶ୍ମୀରା ଦାଶ, ଶ୍ରୀମତୀ ନୂତନ ମହାରଣା , ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ରାଉତ କାର୍ଯ୍ୟକ୍ରମ ସଞ୍ଚାଳନାରେ ସାହାଯ୍ୟ କରିଥିଲେ। ସମସ୍ତ କର୍ମଚାରୀ ଙ୍କ ଉପସ୍ଥିତି ସହ ଶତାଧିକ ଛାତ୍ରୀ ସାକ୍ଷରତା ଅଭିଯାନରେ ସାମିଲ ହୋଇ ଗାନ୍ଧୀନଗର ନିକଟସ୍ଥ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ସ୍ଥିତ ଛୋଟ ପିଲାମାନଙ୍କୁ ପାଠପଢ଼ା ଖାତା ପେନ୍ସିଲ ,ସ୍କେଲ୍,ରବର,ଚକଲେଟ ବାଣ୍ଟିବା ସହ ସlକ୍ଷରତା ଅଭିଯାନରେ ସାମିଲ କରାଇଥିଲେ।