୩ୟ ନାନୋ ଆନ୍ତର୍ଜାତିକ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ
ଚଳଚ୍ଚିତ୍ର ବା ସାଂସ୍କୃତିକ କାର୍ଯ୍ୟକ୍ରମ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନ ଥାଏ।ଏହା ମାଧ୍ୟମରେ ଶିକ୍ଷା, ସଂସ୍କାର ଓ ଉନ୍ନତ ଚରିତ୍ର ଗଠନର ବାର୍ତ୍ତା ଥାଏ ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର।ଆଜି ପୂର୍ବାହ୍ନରେ ପୁରୀ ଟାଉନ ହଲ ଠାରେ ୪ ଦିନିଆ ୩ୟ ଆନ୍ତର୍ଜାତିକ ନାନୋ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ ଏହାକୁ ଉଦଘାଟନ କରି ଶ୍ରୀମତୀ କର ଏହି ଶିକ୍ଷଣୀୟ ଚଳଚ୍ଚିତ୍ର ମାଧ୍ୟମରେ ପିଲା ମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ, ଅଧିକାର ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରାଯାଇଛି।ତେଣୁ ଏହି ଚଳଚ୍ଚିତ୍ର ଦ୍ଵାରା ପିଲା ମାନଙ୍କ ଚାରିତ୍ରିକ ଅଭିବୃଦ୍ଧି, ଶୃଙ୍ଖଳା ଓ ମାନସିକ ଦୃଢତା ବୃଦ୍ଧି ପାଇବ ବୋଲି କହିବା ସହ ପରବର୍ତ୍ତୀ ସମୟରେ ସମସ୍ତ ବିଦ୍ୟାଳୟ ମାନଙ୍କ ରେ ଏହି ଭଳି ଶିକ୍ଷଣୀୟ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ପାରିବ ବୋଲି ସୂଚନା ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଓ ଅତିରିକ୍ତ ଏସ ପି ବିଷ୍ଣୁ ପ୍ରସାଦ ପତି ମହାତ୍ମାଗାନ୍ଧୀ ରାମାୟଣ ଓ ରାଜା ହରିଶ୍ଚନ୍ଦ୍ର ଭଳି ନାଟକ ଦେଖି ପ୍ରଭାବିତ ହେବା ସହ ସତ୍ୟ ଓ ଅହିଂସା ପ୍ରତି ଉତ୍ସର୍ଗୀକୃତ ହୋଇ ଥିଲେ।ତେଣୁ ପିଲା ମାନେ ଚଳଚ୍ଚିତ୍ର ଦେଖିବା ସହ ଆଦର୍ଶ କୁ ଅନୁସରଣ ପାଇଁ ପରାମର୍ଶ ଦେଇଥିଲେ।ଶିଶୁ ଚଳଚ୍ଚିତ୍ର ର ଆୟୋଜକ ସଞ୍ଜୀବ ରଥଶର୍ମା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଓଡିଶା ମୋ ପରିବାର ର ସଂଯୋଜକ ଶିବାଷିସ ଖୁଣ୍ଟିଆ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ପୂର୍ବତନ ଶିଶୁ ସୁରକ୍ଷା ସମିତି ସଦସ୍ୟ ଦେବାଶିଷ ରଥ ପ୍ରମୁଖ ଯୋଗ ଦେଇ ଚଳଚ୍ଚିତ୍ର ମାଧ୍ୟମରେ ପିଲା ମାନଙ୍କ ମାନସିକ ସ୍ଥିତିରେ ସନ୍ତୁଳନ,ସଂସ୍କାର ଓ ଶୃଙ୍ଖଳା ଗଠନ ସହଜ ହୋଇ ପାରିବ ବୋଲି କହିଥିଲେ।ଆୟୋଜକ ଶ୍ରୀ ରଥଶର୍ମା ୪ ଦିନିଆ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ରେ ୨ ମିନିଟ ରୁ ୩୦ ମିନିଟ ପର୍ଯ୍ୟନ୍ତ ପ୍ରାୟ ୫୦୦ ଚଳଚ୍ଚିତ୍ର ପ୍ରଦର୍ଶନ ର ଲକ୍ଷ୍ୟ ରଖାଯାଇଛି ଓ ଏହାକୁ ପ୍ରାୟ ୫୦୦୦ ପିଲା ଙ୍କୁ ଦେଖେଇବାର ପ୍ରୟାସ କରାଯାଇଛି ବୋଲି ସୂଚନା ଦେଇଥିଲେ।ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ଚଳଚ୍ଚିତ୍ର ଉପଭୋଗ କରିଥିଲେ