ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସମଗ୍ର ଶିକ୍ଷା ଅଭିଯାନ ଓ ଜିଲ୍ଲା ଅନ୍ଧତ୍ବ ନିବାରଣ ମିଳିତ ସହଯୋଗରେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ପ୍ରଧାନ, ସତେନ୍ଦ୍ର କୁମାର ସାହୁ ଓ ସୁବାସ ଚନ୍ଦ୍ର ସ୍ବାଇଁ ଙ୍କ ପ୍ରଚେଷ୍ଟା ରେ ଡିସେମ୍ବର ମାସ ଚଉଦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି। ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ବି ଆର୍ ଟି ବିଜୟ କୁମାର ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ରାଉତ ଙ୍କ ସହିତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସକ୍ରୀୟ ସହଯୋଗ କରିଥିଲେ। ଦୁଇ ଶହ ଚାରିଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ପ୍ରବୀର ସାମଲ ଓ ଅତନୁ ନାଥ ଚକ୍ଷୁ ପରୀକ୍ଷା କରି ସତଷଠି ଜଣଙ୍କୁ ଚଷମା ଦେବା ପାଇଁ ମନୋନୟନ କରିଥିବା ବେଳେ ତିନି ଜଣଙ୍କୁ ଉଚ୍ଚ ଚିକିତ୍ସା ପାଇଁ ମନୋନୟନ କରିଥିଲେ। ଯୋରନ୍ଦା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।