କ୍ଷୁଦ୍ର ନିଯୁକ୍ତି ମେଳା

କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୭ ଓ ୨୮ ରେପୁରୀ ୧୪/୧୨ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୭ ଓ ୨୮ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସମର୍ଥ ବର୍ମା ଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୭ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୮ ତାରିଖରେ ପିପିଲି କଲେଜ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହେବ।ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା। ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ ୨୦ ରୁ ଅଧିକ ନିଯୁକ୍ତି ଦାତା ସଂସ୍ଥା ମାନେ ଯୋଗ ଦାନ କରି ଆଶାୟୀ କୁଶଳୀ ଓ ଅଣକୁଶଳୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ। । ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ଯୋଗ ଦେବେ।ଏହି ସଂସ୍ଥା ମାନେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ।ନିଯୁକ୍ତି ମେଳାରେ ନିଯୁକ୍ତି ଆଶାୟୀ ଅଷ୍ଟମ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ,ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ,ପ୍ରାର୍ଥୀନୀ ମାନେ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ସେମାନେ ଯୋଗ ଦେଇ ଏହାର ସୁଯୋଗ ନେବାପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ବିଡ଼ିଓ ଙ୍କ ମାଧ୍ୟମରେ, ଓରମାସର କର୍ମଚାରୀଙ୍କ ମାଧ୍ୟମରେ, ବିଭିନ୍ନ ଅଫିସ ନୋଟିସ ବୋର୍ଡ଼ ମାନଙ୍କ ରେ,ଲିଫଲେଟ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ପାନୀୟ ଜଳ,ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ରକ୍ଷା, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ର ବ୍ୟବସ୍ଥା ପାଇଁ ସମ୍ପୃକ୍ତ ବିଭାଗକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି ,ପୁରୀ ଆଇ ଟି ଆଇ ଅଧ୍ୟକ୍ଷ ଅରବିନ୍ଦ ଘୋଷ , ପିପିଲି କଲେଜ ଅଧ୍ୟକ୍ଷ ତପନ କୁମାର ଦାସ, ଓରମାସର ଡିପିଏମ ବନଜ ମାହାରୀ ଓ ଜିଲ୍ଲା ନିୟୋଜନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *